ରାତି ଅଧିଆ ଛଟେଇ ପ୍ରତିବାଦରେ ୧୧୨ ଜରୁରୀକାଳୀନ ସେବା କର୍ମଚାରୀଙ୍କ ଧାରଣା... ଭୁବନେଶ୍ବର,୨୮/୦୪(ନି.ପ୍ର): ରାତିଅଧିଆ ଚାକିରିରୁ ଛଟେଇ ହୋଇଥିବା ୧୧୨ ଜରୁରୀକାଳୀନ ...
ରାତି ଅଧିଆ ଛଟେଇ ପ୍ରତିବାଦରେ ୧୧୨ ଜରୁରୀକାଳୀନ ସେବା କର୍ମଚାରୀଙ୍କ ଧାରଣା...
ଭୁବନେଶ୍ବର,୨୮/୦୪(ନି.ପ୍ର): ରାତିଅଧିଆ ଚାକିରିରୁ ଛଟେଇ ହୋଇଥିବା ୧୧୨ ଜରୁରୀକାଳୀନ ସେବା କର୍ମଚାରୀମାନେ ସୋମବାର ମଞ୍ଚେଶ୍ବର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ୩ ମାସର ଦରମା ଓ ୧୫ ମାସର ଇପିଏଫ୍ ପାଇନଥିବା ୫୦ରୁ ଅଧିକ କର୍ମଚାରୀ ସେମାନଙ୍କ ହକ୍ ଦାବି କରି ଧାରଣାରେ ବସିଥିଲେ।
Ad..
ଏନେଇ ସେମାନେ ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ସେମାନଙ୍କୁ ଅଫିସ୍ରୁ ଧକ୍କା ମାରି ତଡ଼ିଦେବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟ ଶାସନ ସଚିବ ଓ ଡିଜିପି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏସମ୍ପର୍କରେ ବୁଝାବୁଝି କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛଟେଇ କର୍ମଚାରୀମାନେ ଧାରଣାରୁ ଉଠିଥିଲେ।
Ad..
ଅଭିଯୋଗ ଅନୁସାରେ, ୫ବର୍ଷ ଧରି ଠିକା ସଂସ୍ଥା ଓରିଏଣ୍ଟାଲ୍ ୧୯୮ଜଣ କର୍ମଚାରୀଙ୍କୁ କେସ୍ ରେକର୍ଡ ମ୍ୟାନେଜ୍ମେଣ୍ଟ ପ୍ରତିନିଧି ଭାବେ କାମ କରାଉଥିଲା। ଓଡ଼ିଶା ପୁଲିସ ତତ୍ତ୍ବାବଧାନରେ ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ୍ ପରିଚାଳନା ହେଉଥିଲା ଏବଂ ବରିଷ୍ଠ ପୁଲିସ ଅଧିକାରୀ ପରିଚାଳନା କରୁଥିଲେ।
Ad..
କିଛି ଦିନ ତଳେ ଏହି କର୍ମଚାରୀମାନେ ୫ମାସ ହେଲା ଦରମା ମିଳି ନଥିବା ଓ ଦୀର୍ଘ ଦିନ ଧରି ଇପିଏଫ୍ ଟଙ୍କା ଜମା ହେଉନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ। ଏହାପରେ ଠିକା ସଂସ୍ଥା ଦୁଇ ମାସର ଦରମା ଦେଲା, କିନ୍ତୁ ଇପିଏଫ୍ କଥା ବିଚାର କଲାନି।
Ad..
ରବିବାର ଦିନ ଠିକା ସଂସ୍ଥାର ଅବଧି ସରିଯାଇଥିଲା। ଆଜିଠାରୁ ଏକ ନୂଆ ସଂସ୍ଥା ଏହି କାର୍ଯ୍ୟ ଦାୟିତ୍ବ ଗ୍ରହଣ କରିଛି।ରବିବାର ରାତିରେ ଏହି କର୍ମଚାରୀମାନଙ୍କ ହ୍ବାଟ୍ସଆପ୍ ଗ୍ରୁପ୍ରେ ଏକ ନୋଟିସ ଜରିଆରେ ଠିକା ସଂସ୍ଥା ବଦଳିଥିବା ଘୋଷଣା କରାଗଲା।
ଏହାସହିତ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଗଲା ବୋଲି ନୋଟିସରେ ଘୋଷଣା କରାଯାଇଥିଲା। ଉକ୍ତ ନୋଟିସରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ନଥିବା ଉଲ୍ଲେଖ କରାଯାଇଥିଲା।
ହଠାତ୍ ଚାକିରିରୁ ଛଟେଇ ହେବା ଓ ୩ମାସର ଦରମା ପାଇନଥିବାରୁ ସୋମବାର ସକାଳୁ ସେମାନେ ଅଫିସକୁ ଯାଇଥିଲେ। କିନ୍ତୁ ଅଫିସ୍ର ଅଧିକାରୀ ଓ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧକ୍କା ମାରି ବାହାର କରିଦେଇଥିଲେ।
Edited by k.s thakur...






No comments