୭ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ପାଚିକାଙ୍କ ବିକ୍ଷୋଭ...

୭ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ପାଚିକାଙ୍କ ବିକ୍ଷୋଭ...


ଭୁବନେଶ୍ଵର,୨୦/୦୩(ନି.ପ୍ର): ୭ ଦଫା ଦାବି ସହିତ ୩ ମାସର ଦରମା ମିଳି ନଥିବା ପ୍ରତିବାଦରେ ରାଜଧାନୀ ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ବିଧାନସଭା ସମ୍ମୁଖରେ ମହିଳାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । 

       Ad..


ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି।ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି...

      Ad..


ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ପାଚକ ପାଚିକା ରାଜ୍ୟ ସଙ୍ଘ।

ସରକାର ନୂଆ ବର୍ଷରେ ନୂଆ ଭେଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ୩ ମାସ ହେବ ଦରମା ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ପାଚିକା।ଅନ୍ୟପଟେ; ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପାଚିକା ସଂଘ ସହିତ ଆଲୋଚନା କରାଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ ଆନ୍ଦୋଳନକାରୀ ପାଚିକାଙ୍କୁ ଭେଟିଛନ୍ତି।ସମାନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।



Edited by k.s thakur...

Post a Comment

Previous Post Next Post