ରାଜ୍ୟରେ ଅଛନ୍ତି ୧୫ ଜଣ ମାଓବାଦୀ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ... ଭୁବନେଶ୍ଵର,୨୩/୦୩ : ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ। ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ର...
ରାଜ୍ୟରେ ଅଛନ୍ତି ୧୫ ଜଣ ମାଓବାଦୀ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
ଭୁବନେଶ୍ଵର,୨୩/୦୩ : ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ। ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଓଡ଼ିଶା ସମ୍ପୂର୍ଣ୍ଣ ମାଓ ପ୍ରଭାବ ମୁକ୍ତ ହେବା ଦ୍ୱାରରେ ପହଞ୍ଚିଛି, ରାଜ୍ୟରେ ବର୍ତ୍ତମାନ ମାତ୍ର ୧୫ ଜଣ ମାଓବାଦୀ ସକ୍ରିୟ ଅଛନ୍ତି।
Ad..
କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ । ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି ।ସେ ଆଉ ମଧ୍ୟ କହିଛନ୍ତି ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ/ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି ।
Ad..
ଏହି ସମୟରେ, ମାଓ ପ୍ରଭାବ ଏବଂ ବିକାଶ ଦୃଷ୍ଟିରୁ ଆଠଟି ଜିଲ୍ଲା – ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା – କୁ “ଲିଗେସି ଆଣ୍ଡ ଥ୍ରଷ୍ଟ” ଜିଲ୍ଲା ଭାବରେ ବର୍ଗୀକୃତ କରାଯାଇଛି, ମାଝୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓମୁକ୍ତ ରାଜ୍ୟ ଘୋଷଣା କରାଯିବ।
Edited by k.s thakur...




No comments