ଆୟୁର୍ବେଦ କଲେଜର ୪୫ତମ ବାର୍ଷକ ଉତ୍ସବ ଅନୁଷ୍ଠିତ...

ଆୟୁର୍ବେଦ କଲେଜର ୪୫ତମ ବାର୍ଷକ ଉତ୍ସବ ଅନୁଷ୍ଠିତ...


ପାଇକମାଳ,୦୧/୦୩(ବିଜୟ କୁମାର ସାହୁ): ପାଇକମାଳ ବ୍ଲକ୍  ନୃସିଂହନାଥ ଆୟୁର୍ବେଦ କଲେଜର ୪୫ତମ ବାର୍ଷକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପରିଚାଳନା କମିଟି ର ସଭାପତି ସତ୍ୟ ଭୁଷଣ ସାହୁ ଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ  ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜଶପାଲ...

Ad..


ମୂଖ୍ୟ ବକ୍ତା ଭାବେ ଛତିଶଗଡ଼ ବୋର୍ଡ ଆର୍ୟୁବେଦ ମେଡିସିନ  ଡା. ସଞ୍ଜୟ ସୁକ୍ଲା, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ବଲାଙ୍ଗିର ପରିକ୍ଷା ନିୟନ୍ତ୍ରକ ଡା.ଶ୍ୟାମ ଭୋଇ, ଅଭିରାମ ଠାକୁର, ସଞ୍ଜୁକ୍ତା ସେନ ଗୁପ୍ତା, ଅଖିଲେସ ସାହୁ, ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରୋହିତ ମିଶ୍ର, ବିନୋଦ କୁମାର  କାଲିଆ, ରାମରତନ ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ, ସୁଶିଲ ମହାପାତ୍ର, ଅନିଲ ନାୟକ ଯୋଗ ଦେଇଥିଲେ।

     Ad..


କଲେଜର ଅଧ୍ୟକ୍ଷ ଡା. ଜଗବନ୍ଧୁ ମିଶ୍ର ଅତିଥି ପରିଚୟ ସହ ସ୍ବଗତ ଭାଷଣ ଦେଇଥିଲେ। ସମସ୍ତ ଅତିଥି ମାନେ ନୃସିଂହନାଥ କଲେଜର ଆୟୁର୍ବେଦ ଚିକିତ୍ସା ପଦ୍ଦତି ଓ ନିକଟସ୍ଥ ଗନ୍ଧମାର୍ଦ୍ଦନ  ପର୍ବତ ଥିବା ଓୌଷଧୀ ବୃକ୍ଷ ଓ ଝରଣା ପାଣିର ସୁବିନିଯୋଗ ହେଉଛି ବୋଲି ମତପ୍ରକାଶ କରିଥିଲେ। 

ଶ୍ରେୟାଶ୍ରୀ ତ୍ରିପାଠୀ, ଶୃିତିଶିଖା ମହାପତ୍ର, ଜୁନୁଲି ବାବୁ ସଭା ପରିଚାଳନା କରିଥିଲେ।କଲେଜର ସମ୍ପାଦକ ମନୋଜ କୁମାର ତ୍ରୀବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ। ସମସ୍ତ ଅତିଥି ଓ ପରିଚାଳନା କମିଟିର ସଭ୍ୟମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। 

କଲେଜ ର ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ର ରେ କୃତ୍ତୀ ଅର୍ଜନ କରିଥିବାରୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ବାରା ସ୍ମରଣୀକା ଅମ୍ରିତା ଉନ୍ମୋଚନ କରାଯାଇଥିଲା।

ମହାନିଦ୍ୟାଳୟର ସମସ୍ତେ ସହଯୋଗ କରିଥିଲେ। ଶେଷରେ ଡା.ଅଭିରାମ ଠାକୁର ଧନ୍ୟବାଦ ଦେଇଥିଲା।ପରି ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post