ହାତ ଗୁଞ୍ଜା ନେଇ ଶିଶୁ ସେବିକା ଗଠନ କଲେ ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ !
ମୁରିବାହାଲ,୦୪/୦୩ (ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ଚାରପାଣି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟାକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ଉଠିଛି।
Ad..
ଏନେଇ ଚାରପାଣି ଗ୍ରାମର କିଛି ମହିଳା ପ୍ରଶାସନଙ୍କ ନଜରକୁ ବିଷୟଟି ଆଣିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟାରେ ସ୍କୁଲ ପରିଚଳା କମିଟି ଓ ପ୍ରଧାନ ଶିକ୍ଷକ ଲାଞ୍ଚ ଲେନଦେନ ହୋଇଥିବାର ସନ୍ଦେହ ଜନ୍ମ ନେଇଛି!
Ad..
ଏହାକୁ ନେଇ ଗ୍ରାମର ଝରଣା ନିଆର,ରୀନା ବଛା,ରିନା ହରପାଲ ହେମକାନ୍ତି ବାଗ,ସରିତା ବନ୍ଦି ଛୋର୍ ଏବଂ ପୂର୍ଣ୍ଣିମା ନିଆଲ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି।ସେମାନଙ୍କ ଦାବି ଅନୁସାରେ, ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିଷ୍ପକ୍ଷ ଭାବେ କରାଯାଇନଥିବାରୁ ଯୋଗ୍ୟ ପ୍ରାର୍ଥୀମାନେ ବଞ୍ଚିତ ହୋଇଛନ୍ତି।
ତେଣୁ ପ୍ରଶାସନ ଏଥିରେ ତତ୍କାଳ ହସ୍ତକ୍ଷେପ କରି ଘଟଣାର ଉଚିତ୍ ତଦନ୍ତ କରିବା ସହିତ ଯୋଗ୍ୟ ପ୍ରାର୍ଥୀଙ୍କୁ ନ୍ୟାୟସଙ୍ଗତ ଭାବେ ନିଯୁକ୍ତି ଦେବା ପାଇଁ ସେମାନେ ଦାବି କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
Report : shankar majhi
Edited by k.s thakur...



