ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ...

ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ...


ଭୁବନେଶ୍ୱର,୦୭/୦୩(ନି.ପ୍ର): ଓଡ଼ିଶାରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆଗାମୀ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ୍ ଇଣ୍ଟେନ୍ସିଭ ରିଭିଜନ ବା ଏସଆଇଆର  ପ୍ରକ୍ରିୟା। 

        Ad..


ଏପର୍ଯ୍ୟନ୍ତ  ୯୦% ଭୋଟରଙ୍କ ନାମ ଓ ପିତାଙ୍କ ନାମ ୨୦୦୨ ରୋଲ ସହିତ ମାପିଙ୍ଗ ସରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। 

     Ad..


୯୫% ଲୋକଙ୍କୁ ମାପିଙ୍ଗ କରିଦେଲେ ଏସଆଇଆର ପାଇଁ ସୁବିଧା ହେବ। ଓଡ଼ିଶାରେ ଏସଆଇଆରକୁ ନେଇ ୯୦% ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ। ସହରାଞ୍ଚଳରେ ମାପିଙ୍ଗ ପାଇଁ ସମସ୍ୟା ହେଉଛି। ଇସିଆଇଏନଇଟି ମୋବାଇଲ ଆପ୍ସ - କ୍ୟୁଆର କୋର୍ଡ ଆଧାରରେ ଭୋଟର, ନିଜ ବିବରଣୀ ଖୋଜି ପାରିବେ। 

ସେ ଆହୁରି ବି କହିଛନ୍ତି କି, ସବୁଠୁ ବଡ଼ କଥା ୨୦୦୨ ଆଧାରରେ ସଂଶୋଧନ କରାଯିବ। ୨୦୦୨ ମସିହାରେ ଯେଉଁ ବୁଥ୍‌ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ।କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ। 

ତାକୁ ପୂରଣ କଲେ ବି ଚଳିବ।ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର। ତେବେ ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ। 

ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍‌. ଗୋପାଳନ କହିଛନ୍ତି।



Edited by k.s thakur...

Post a Comment

Previous Post Next Post