SCB ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି...

SCB ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି...


କଟକ,୧୮/୦୩(ନି.ପ୍ର): କଟକ ଏସସିବି ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ।ଚିକିତ୍ସାଧିନ ଆହତଙ୍କୁ ଭେଟିଲେ। ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଭକ୍ତ।ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି। 

         Ad..


ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।ସେ ପ୍ରତିକ୍ରିୟା ରଖି କହିଛନ୍ତି କି, ଆଇ.ସି.ୟୁ ଟି ଦେଖିଲା ଭଳି ପରିସ୍ଥିତିରେ ନାହିଁ। ତତ୍ତ୍ୱାବଧାନ ଅଭାବରୁ ଏଭଳି ଘଟଣା ଘଟିଲା। ଆଇସିୟୁ ରେ ଯେଉଁ ସବୁ ଯନ୍ତ୍ରାଂଶ ଲାଗି ଥିଲା ତାହାର ତର୍ଜମା ହେବା ଆବଶ୍ୟକ। 

      Ad..


ଏଗୁଡ଼ିକ ପ୍ରତି ତିନି ମାସରେ ଥରେ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ଥିଲା। ଯାହା ଜଣାପଡୁଛି ବୈଷୟିକ ଯାଞ୍ଚ କରାଯାଉ ନ ଥିଲା। କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।

୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖିବା  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାମ।ଅଧିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଲୋକ ବୋଲି ମୁଁ ଶୁଣୁଛି। ସିଏ ଫୋନ ଉଠାଉ ନାହାଁନ୍ତି। ଆମେ ତାଙ୍କ ଦେଖା ପାଉ ନାହୁଁ। 

କାହାର ଜୀବନର ମୂଲ୍ୟ ପାଞ୍ଚ ଲକ୍ଷ ଦଶ ଲକ୍ଷ ଟଙ୍କା ନୁହେଁ। ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଉ। ଏପରି ବୃହତ୍ତର ଅଘଟଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ୍। 



Edited by k.s thakur...

Post a Comment

Previous Post Next Post