କଣ୍ଟାବାଞ୍ଜିରେ ନିଯୁକ୍ତି ମେଳା ସଫଳତାର ସହିତ ସମ୍ପନ୍ନ, ୧୫ ଯୁବକଙ୍କୁ ଚାକିରି, ୪୫ ଅଗାମୀ ପର୍ଯ୍ୟାୟ ପାଇଁ ଚୟନ...
କଣ୍ଟାବାଞ୍ଜି,୧୮/୦୩:ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଦ୍ୱାରା ଆୟୋଜିତ ନିଯୁକ୍ତି ମେଳା ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଆଶାୟି ଅଂଶଗ୍ରହଣ କରିଥିଲେ ଏବଂ ୩୦ଟି ବ୍ୟବସାୟ ସଂସ୍ଥା ଅଂଶଗ୍ରହଣ କରିଥିଲେ।
Ad..
ଏହି ନିଯୁକ୍ତି ମେଳା ମାଧ୍ୟମରେ ୧୫ ଜଣ ଆଶାୟୀ ପ୍ରାର୍ଥୀ ତୁରନ୍ତ ଚାକିରି ପାଇଥିବାବେଳେ ପ୍ରାୟ ୪୫ ଜଣ ପ୍ରାର୍ଥୀଙ୍କୁ ଅଗାମୀ ପର୍ଯ୍ୟାୟ (ଇଣ୍ଟରଭ୍ୟୁ ରାଉଣ୍ଡ) ପାଇଁ ବିଭିନ୍ନ ସଂସ୍ଥା ଦ୍ୱାରା ଚୟନ କରାଯାଇଛି।
Ad..
ଏହି ମେଳାରେ ଆକାଉଣ୍ଟାଣ୍ଟ, ଡାଟା ଏଣ୍ଟ୍ରି ଓପରେଟର, ସେଲ୍ସମ୍ୟାନ, ମାର୍କେଟିଂ ସେଲ୍ସ ମାନ,ଟେଲି-କଲର୍ ଓ ଅଫିସ୍ ଆସିଷ୍ଟାଣ୍ଟ ପରି ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଇଥିଲା।
କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ଏପରି ନିଯୁକ୍ତିମେଳା ଆୟୋଜନ ହୋଇଥିବାରୁ ଏହାକୁ ଏକ ନୂତନ ଚିନ୍ତାଧାରା ଓ ସମାଜ ଉପକାରୀ ପଦକ୍ଷେପ ଭାବେ ଦେଖାଯାଉଛି। କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସ୍ଥାନୀୟ ଯୁବମାନଙ୍କୁ ଚାକିରିର ସୁଯୋଗ ଯୋଗାଇବା ଓ ବ୍ୟବସାୟଗୁଡିକୁ ଯୋଗ୍ୟ କର୍ମଚାରୀ ଯୋଗାଇବା।
ଏହି ଅବସରରେ ଅତିଥି ଭାବେ ଅଗ୍ରୱାଳ ସଭା କଣ୍ଟାବାଞ୍ଜିର ଅଧ୍ୟକ୍ଷ କୈଳାଶ ଅଗ୍ରୱାଳ, ଅଶୋକ ଛାପଡ଼ିଆ ଓ ବିନୋଦ ଜୈନ ବନମାଳୀ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ତଥା ବାଣିଜ୍ୟ ଅଧ୍ୟାପକ ରାଜେନ୍ଦ୍ର କୁମାର ପୁରୋହିତ ଯୋଗଦେଇ ତାଙ୍କ ବକ୍ତବ୍ୟ ରେ କଣ୍ଟାବାଞ୍ଜି ମାରୱାଡ଼ି ଯୁବାମଞ୍ଚ ବିକାଶ ଶାଖା ର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ...
ଏହିପରି ନିଯୁକ୍ତି ମେଳା ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ଚାକିରି ଯୋଗାଇଦିଆଗଲେ ଅଞ୍ଚଳ ର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ଦାଦନ ସମସ୍ୟା କୁ କିଛି ପରିମାଣରେ କମ୍ କରାଯାଇ ପାରିବ ବୋଲି ମତ ଦେଇଥିଲେ, ଓ ସେହିପରି କେ.ଭି. କଲେଜର ବାଣିଜ୍ୟ ଅଧ୍ୟାପକ ଯଶୋବନ୍ତ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ବିକାଶ ଶାଖା ପକ୍ଷରୁ ଅଧ୍ୟକ୍ଷ ଯୁବ ନିଖିଲ ଅଗ୍ରୱାଳ, ସଚିବ ଯୁବ ନବନୀତ ଅଗ୍ରୱାଳ ସହିତ ବରିଷ୍ଠ ସଦସ୍ୟ ଯୁବ ସୁମିତ ଜୈନ, ଆଶିଷ ଖେତାନ, ବଣ୍ଟୁ ଜୈନ, ଦୀପକ ଜୈନ, କୋଷାଧ୍ୟକ୍ଷ ଆଦିତ୍ୟ ଅଗ୍ରୱାଳ, ସଞ୍ଜୟ ଶର୍ମା, ସଚିନ ଜିନ୍ଦାଲ, ହେମନ୍ତ ଅଗ୍ରୱାଳ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ବିକାଶ ଶାଖା ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ଏହି ଜବ୍ ମେଳାକୁ ଆଉ ବଡ଼ ପରିସରରେ ଆୟୋଜନ କରାଯିବ, ଯାହା ମାଧ୍ୟମରେ ଅଧିକ ଯୁବକ-ଯୁବତୀମାନେ ଚାକିରିର ସୁଯୋଗ ପାଇବେ।
Edited by k.s thakur...



