ବ୍ଲକ ସ୍ତରୀୟ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ...
ଝାରବନ୍ଧ,୦୧/୦୩(ବିଜୟ କୁମାର ସାହୁ): ସମାଜରେ ନାରୀ ସଶକ୍ତିକରଣ,ସଚେତନତା ତଥା ଉତ୍ସାହ ପ୍ରଦାନ ପାଇଁ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ପକ୍ଷରୁ ବ୍ଲକ ସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ପାଇଁ ଭବ୍ୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି।
Ad..
ପୂର୍ବରୁ ଶିଶୁ ସାମ୍ବାଦିକ ତାଲିମ ଶିବିର ଓ ଜାତୀୟ ପ୍ରେସ ଦିବସର ସଫଳ ଆୟୋଜନ ମାଧ୍ୟମରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେଇଥିବା ଏହି ସଂଗଠନ ପୁନର୍ବାର ଏକ ନୂତନ ପଦକ୍ଷେପ ନେଇଛି। ଝାରବନ୍ଧ ଡିଗ୍ରୀ କଲେଜର ରେଡକ୍ରସ ଓ ଏନଏସଏସ ୟୁନିଟର ସହଯୋଗରେ କଲେଜ ପ୍ରାଙ୍ଗଣରେ କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇଥିଲା।
Ad..
ବିଶ୍ୱ ମହିଳା ଦିବସ ଅବସରରେ “ସୁସ୍ଥ ସମାଜ ଗଠନରେ ନାରୀର ଭୂମିକା” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଆୟୋଜନ କରିବାକୁ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଥିଲା। ଝାରବନ୍ଧ ବ୍ଲକରେ ପ୍ରଥମ ଥର ବ୍ଲକ ସ୍ତରୀୟ ଭାବେ ଏହି ଦିବସ ପାଳନ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ ଓ ମାନକଦାୟକ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଓ ଯୋଜନା ଗ୍ରହଣ କରାଯାଇଛି।
କାର୍ଯ୍ୟକ୍ରମରେ ଝାରବନ୍ଧ ଅଞ୍ଚଳର ବୁଦ୍ଧିଜୀବୀ, ସ୍କୁଲ କେବିନେଟର ମୀନା ମନ୍ତ୍ରୀମାନେ, ମହିଳା କର୍ମୀ, ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ, ସଫଳ ମହିଳା ଉଦ୍ୟୋଗୀ ଓ ସଫଳ ମହିଳା ଚାଷୀମାନଙ୍କୁ ସାମିଲ କରି ଏକ ସାରଗର୍ଭିତ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା ହୋଇଛି। ସେଥିସହ ଅଞ୍ଚଳର ସଫଳ ମହିଳାମାନଙ୍କୁ ସମ୍ମାନିତ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି।
ବୈଠକରେ କଲେଜ ର ପୂର୍ବତନ ସଭାପତି ନନ୍ଦଲାଲ ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ମୋହନ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ସାହୁ, ବରିଷ୍ଠ ବିଜେପି ନେତା ଦୁର୍ଗା ପ୍ରସାଦ ଅଗ୍ରୱାଲ, ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ, ଆତ୍ମା କମିଟି ସଭାପତି ସତ୍ୟ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରିହର ସାହୁ...
ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ସମାଜସେବୀ ଜୟ କୁମାର ନିଗମ, ରୋଶନ ଅଗ୍ରୱାଲ, ନନ୍ଦ କିଶୋର ଅଗ୍ରୱାଲ, ଗୋବିନ୍ଦ ପଟେଲ, ମାଧୋ ସିଂ କ୍ରାନ୍ତି ବାହିନୀର ସଭାପତି ଅନିଲ ଲୁହାର ଓ କୋଶଲ ସେନାର ସନାତନ ପାଣ୍ଡେ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ରେଡ୍ କ୍ରସର କାଉନସିଲର ମିନପ୍ରଭା ପ୍ରଧାନ,ଅଧ୍ୟାପିକା ରଶ୍ମି ମହାଲିଙ୍ଗ,ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସମ୍ପାଦକ ସୋମନାଥ ବାଗ ଓ ମିଡିଆ ପ୍ରଭାରୀ ନାରାୟଣ ଶତନାମୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।
ଶେଷରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଭାପତି ସାମ୍ବାଦିକ ମୋତିଲାଲ ବାଗ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରି ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ପ୍ରୟାସ ଝାରବନ୍ଧ ବ୍ଲକରେ ନାରୀ ସଶକ୍ତିକରଣ ଓ ସାମାଜିକ ସଚେତନତାକୁ ନୂତନ ଦିଗ ଦେବ ବୋଲି ସାଧାରଣରେ ଆଶା ବ୍ୟକ୍ତ ହେଉଛି।
Report : Bijay ku sahu
Edited by k.s thakur...



