ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୁଦ୍ଧରେ ତ୍ୱରିତ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ...

ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୁଦ୍ଧରେ ତ୍ୱରିତ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ...


ଭୁବନେଶ୍ଵର,୧୦/୦୩(ନି.ପ୍ର): ଓଏଏସ, ଓଆରଏସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।ବକେୟା ଥିବା ତଦନ୍ତ ରିପୋର୍ଟ ମାର୍ଚ୍ଚ ୩୧ ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Ad..


ଅବହେଳା କଲେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି ସୂଚନା ମିଳିଛି।ପୂର୍ବରୁ ତଦନ୍ତ ଅଧିକାରୀଙ୍କୁ ୯୦ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ବକେୟା ଥିବା ମାମଲା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି।

Ad..


ଏହି ପରିପ୍ରେକ୍ଷୀରେ ସମସ୍ତ ବକେୟା ମାମଲାକୁ ତଦନ୍ତ କରାଯାଇ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଦେଶ ପାଳନ ନହେଲେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି ସୂଚନା ମିଳିଛି।



Edited by k.s thakur...

Post a Comment

Previous Post Next Post