ଆଉ ମାତ୍ର ୨ ଦିନ,ସରେଣ୍ଡର କରିବାକୁ ଅପିଲ୍ କଲେ ପୋଲିସ ଡିଜି...

ଆଉ ମାତ୍ର ୨ ଦିନ,ସରେଣ୍ଡର କରିବାକୁ ଅପିଲ୍ କଲେ ପୋଲିସ ଡିଜି...


କନ୍ଧମାଳ,୩୦/୦୩(ନି.ପ୍ର): ଫୁଲବାଣୀରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ। ସ୍ଥିତି ସମୀକ୍ଷା କରି ଓ୍ୱାଇ.ବି ଖୁରନିଆ କହିଛନ୍ତି, ଡେଡଲାଇନ୍ ପୂରଣ ହେବାକୁ ଆଉ ମାତ୍ର ୨ ଦିନ।

           Ad..


ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି। ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ।ପୁଲିସ ରିଜର୍ଭ ଅଫିସରେ ଡିଜିଙ୍କ ସହ ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି SIW ଅଖିଳେଶ୍ୱର ସିଂ, ଆଇଜି ଅପରେସନ ଦୀପକ କୁମାର... 

   Ad..


କନ୍ଧମାଳ SP ହରିଶ ବି. ସି, SOG କମାଣ୍ଡେଣ୍ଟ ଆଶିଷ ସରକାର, CRPF ଏବଂ BSF ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ପୁଲିସ ଡିଜି କହିଛନ୍ତି ଯେ, ଦେଶକୁ ମାଓ ମୁକ୍ତ କରିବାକୁ ଡେଡ୍ଲାଇନ୍ ତାରିଖ ପୂରଣ ହେବାକୁ ଆଉ ଦୁଇ ଦିନ ବାକି ରହିଛି।

ଏସବୁ ମଧ୍ୟରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀମାନେ ରହିଛନ୍ତି । ତେଣୁ ସେମାନଙ୍କୁ କିଭଳି ଧରାଯିବ, ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି।



Edited by k.s thakur...

Post a Comment

Previous Post Next Post