ନିଶାମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ...

ନିଶାମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ...


ଭୁବନେଶ୍ୱର,୨୧/୦୩(ନି.ପ୍ର): ନିଶାମୁକ୍ତ ହେବ ଓଡିଶା।ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ।ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ।ଶିକ୍ଷାନୁସ୍ଥାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି।

         Ad..


ରାଜ୍ୟକୁ ପସିପାରିବନି ସିଂଥେଟିକ୍ସ ଡ୍ରଗ୍ସ। ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିଶା ମାଫିଆଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ ଦିଗରେ ମଧ୍ୟରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି । 

   Ad..


୨୦୨୫ ଜାନୁଆରୀ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ  ମୋଟ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ୧୩୪୬  କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ଜବତ ହୋଇଛି। ୪୧.୭  କୋଟି ଟଙ୍କା ମୂଲ୍ୟର  ବ୍ରାଉନସୁଗର ଓ ୧୦.୧୭  କୋଟି  ଟଙ୍କା ମୂଲ୍ୟର କଫ ସିରପ ଜବତ ହୋଇଛି।

୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ ଲିଟର ଗଞ୍ଜେଇ ତେଲ ଜବତ ହୋଇଛି। ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି।ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି।

STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଶ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି। ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। 

ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ 29ଟି ଜିଲ୍ଲାରେ ୪୧ ଗୋଟି ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୧୧ ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ ୫୨ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। 

କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ  ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ ୩୦ ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । 

ଏପର୍ଯ୍ୟନ୍ତ ୧୯,୩୯୫ ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଲଗାଯାଉଛି ।  ଏହି କ୍ରମରେ  ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।



Edited by k.s thakur...

Post a Comment

Previous Post Next Post