ବିଜୁ-ନବୀନ ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ ପଟ୍ଟନାୟକ...
ଭୁବନେଶ୍ଵର,୧୯/୦୩(ନି.ପ୍ର): ଟ୍ରଷ୍ଟ ଗଠନ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସେ ନିଶ୍ଚିତ କରିଛନ୍ତି ଯେ ଟ୍ରଷ୍ଟ ଗଠନ କରିବା ତାଙ୍କର ନିଷ୍ପତ୍ତି ଥିଲା ଯାହାର ଦଳ କିମ୍ବା ଦଳୀୟ ପାଣ୍ଠି ସହିତ କୌଣସି ସମ୍ପର୍କ ନାହିଁ।
Ad..
ସେ କହିଛନ୍ତି ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ।ବିଜୁ ପଟ୍ଟନାୟକ ବିଜ୍ଞାନର ଲୋକପ୍ରିୟତାକୁ ପ୍ରୋତ୍ସାହିତ କରିବା ପାଇଁ କଳିଙ୍ଗ ୟୁନେସ୍କୋ ପୁରସ୍କାର ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ମହାନ ପଦକ୍ଷେପ ନେଇଥିଲେ ।
Ad..
ମୁଁ, ମୋ ଭାଇଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କୁ ଦାନ କରିଥିଲୁ।ସେ ଆଉ ମଧ୍ୟ କହିଛନ୍ତି ଯେବେ ମୁଁ ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CAଙ୍କୁ ଭେଟି ନିଷ୍ପତ୍ତି ନେଇଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି।
ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି।ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଟ୍ରଷ୍ଟ କେବଳ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ସୃଷ୍ଟି ହୋଇଥିଲା । ସେ ଦୃଢ଼ ଭାବରେ କହିଛନ୍ତି ଯେ ଟ୍ରଷ୍ଟର ବିଜେଡି କିମ୍ବା କୌଣସି ଦଳୀୟ ପାଣ୍ଠି ସହିତ କୌଣସି ସମ୍ପର୍କ ନାହିଁ।
ପଟ୍ଟନାୟକ ଆହୁରି କହିଛନ୍ତି ଯେ ଗଣମାଧ୍ୟମର ବିଭିନ୍ନ ବିଭାଗରେ ପ୍ରସାରିତ ନକାରାତ୍ମକ ରିପୋର୍ଟର ପ୍ରତିକ୍ରିୟାରେ ସେ ଏହି ସ୍ପଷ୍ଟୀକରଣ ଜାରି କରିବାକୁ ବାଧ୍ୟ ହୋଇଛନ୍ତି।
Edited by k.s thakur...
Tags:
Bhubaneswar
Biju Naveen trust
explanation
latest news
latest update
Naveen Patnaik
odisha daily current affairs
odisha news
opposition leader



