ଟଙ୍କା ଦୁଇଗୁଣ ହେବା କହି ଠକିନେଲେ ଟଙ୍କା ; ଥାନା ରେ ଅଭିଯୋଗ ହେବାପରେ ଚର୍ଚ୍ଚାକୁ ଆସିଛି ଘଟଣା...
ବରଗଡ଼,୦୨/୦୩(ବିଜୟ କୁମାର ସାହୁ) : ଦୁଇଗୁଣ ହେବାପାଇଁ ଟଙ୍କା ଦେଇ ବସିଗଲେ ଜଣେ ବ୍ୟକ୍ତି। ଝିଅ ବାହାଘର ଟଙ୍କା ଲୁଟିନେଲେ ଠକ ବୋଲି ଥାନା ରେ ଅଭିଯୋଗ କଲେ।ପୋଲିସ ଦୁଇ ଜଣଙ୍କୁ ଗିରଫ କରି ୪୨ ହଜାର ୫୦୦ ଟଙ୍କା ଜବତ କରିଛି।
Ad..
ଅଭିଯୋଗ ଅନୁଯାୟୀ ଝିଅ ବାହାଘର ପାଇଁ ସଞ୍ଚିତ ଅର୍ଥକୁ ଦ୍ୱିଗୁଣିତ କରିବାର ଲୋଭ ଦେଖାଇ ଲୁଟି ନେଇଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମେଲଛମୁଣ୍ଡା ପୋଲିସ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ବୁଡେନ ଥାନା ଚକମକଜୁରୀ ଗ୍ରାମର ସୁରେଶ ସୁନା ଏବଂ ସାହାଜପେନ ଗ୍ରାମର ପଲାସରାମ ଭୋଇ ମେଲଛମୁଣ୍ଡା ଥାନା କେରମେଲି ଗ୍ରାମର ରାହାସ ବିହାରୀ ବିଶି ନିଜ ଝିଅର ବିବାହ ପାଇଁ ୫୦,୦୦୦ ଟଙ୍କା ସଞ୍ଚୟ କରି ରଖିଥିଲେ।
Ad..
ଅଭିଯୁକ୍ତମାନେ ଏହି ଟଙ୍କାକୁ ଅଳ୍ପ ଦିନରେ ଦୁଇଗୁଣ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ରାହାସଙ୍କୁ ନିଜ ଜାଲରେ ଫସାଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ରାହାସ ଟଙ୍କା ଦେବା ପରେ ଅଭିଯୁକ୍ତମାନେ ତାହାକୁ ଧରି ଫେରାର ହୋଇଯାଇଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ...
ଏନେଇ ରାହାସ ବିହାରୀ ବିଶି ମେଲଛମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ପରେ ସେମାନଙ୍କ ପାଖରୁ ୪୨,୫୦୦ ଟଙ୍କା ନଗଦ ଜବତ କରାଯାଇଛି।
ଅନ୍ୟ କିଛି ସାମଗ୍ରୀ ମଧ୍ୟ ପୋଲିସ ହସ୍ତଗତ କରିଛି...
ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଠକି ନେଇଗଲେ ହେଲେ ଏହି ଘଟଣା ର ପ୍ରକୃତ ରହସ୍ୟ ଓ ଉଦ୍ଦେଶ୍ୟ କଣ୍? ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରୁ ବୋଲି ଜନସାଧାରଣ ରେ ଦାବି ହେଉଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
cheat fund
crime
double money
fraud arrested
latest news
latest update
odisha daily current affairs
odisha news
police



