ମୋରୋମ ବଦଳ ରେ କରାପଥର ବିଛା କାମ ଶେଷ...

ମୋରୋମ ବଦଳ ରେ କରାପଥର ବିଛାଇ କାମ ଶେଷ...


ବଙ୍ଗୋମୁଣ୍ଡା,୨୪/୦୩(ନି.ପ୍ର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଶାତୁଲା ପଞ୍ଚାୟତର ଅର୍ଶାତୁଲାଗାଁ ଛକ ଠାରୁ ଜୁନାପଡା ଦେଇ ଅଲଣ୍ଡା ପଞ୍ଚାୟତକୁ ଯାଇଥିବା ରାସ୍ତା ପର୍ଯ୍ୟନ୍ତ କୁ ପାଖାପାଖି ଏକ କିଲୋ ମିଟର ରାସ୍ତା ର ଉନ୍ନତି କରଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ରେ ମୋରୋମ କାମ କରିବା ବଦଳ ରେ କରାପଥର ଖଣ୍ଡ ଓ ଗୁଣ୍ଡ ଦେଇ ରାସ୍ତା ଉନ୍ନତି କରଣ କରାଯାଇଛି। 

Ad..


ହେଲେ ଲୋକେ ଖାଲି ପାଦରେ ଚାଲି ଚାଲି ଯିବା କଷ୍ଟ କର।କିମ୍ବା ସାଇକେଲ,ମଟରସାଇକେଲରେ ରାସ୍ତା ଉପରେ ଦେଇଥିବା କରାପଥର ଯୋଗୁଁ ସହଜରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।ତେବେ ସାଧାରଣ ଧନ ଜିବନ ପାଇଁ ମରଣ ଯନ୍ତା ପାଲଟିଛି।

   Ad..


ଏହି ରାସ୍ତା ମଧୁଚନ୍ଦ୍ରିକା ଯୋଗୁଁ ନିକଟ ରେ ଥିବା କରାପଥ ଓ ଗୁଣ୍ଡ କୁରାସ୍ତା ନିର୍ମାଣ କରିଥିବା କଥା ଟି ଉପରୋକ୍ତ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ସ୍ୱିକାର କରିଛନ୍ତି।ଅର୍ଶାତୁଲା ପଞ୍ଚାୟତ ଠାରେ ମୋରୋମ ମାଟି ମିଳୁନଥିବାରୁ ଏଣୁ କରି କରାପଥର ଓ ଗୁଣ୍ଡ ଦେଇ ଦେଲେ।

ସେତିକି ନୁହେଁ ଆମର ଖବରକାଗଜ ପ୍ରତିନିଧି ପଚାରି ବୁଝିବାରୁ ସେ କହିଥିଲେ।ତମେ କହିବାର ମାନେ ଆମେ ଆଉ କାମ କରି ଖାଇ ବୁ ନାହିଁ କି! ତେବେ ଏଠାରେ ସୂଚନା ଫଳକ ନାହିଁ ବୋଲି ପଚାରିବାରୁ ସେ କଥିଲେ ଯେ ସେଠାରେ ଶିବ ମନ୍ଦିର ଅଛି ସେଠାରେ ସୂଚନା ଫଳକ ଥିଲା ହେଲେ ଭାଙ୍ଗି ଗଲାଣି।

ତେବେ ଦୁର୍ନୀତି କୁ ଚପାଇ ଦେବାର ଅନେକ ଉପାୟ ମଧ୍ୟରେ ଉତ୍ତର ଦେଇଥିଲେ।ଅନ୍ୟ ପକ୍ଷରେ ଲୋକେ କହୁଛନ୍ତି ଖାଲି ପାଦରେ ଚାଲିଲେ ଏ କାଞ୍ଚପରି ପଥର ଯୋଗୁଁ ପାଦ କଟିଯିବାର ଭୟ ଅଛି।ଏବଂ ରାସ୍ତା ମଝି ଓ ଦୁଇ ପାର୍ଶ୍ଵରେ ପଥର ସବୁ ତକ ଆମର ଚାଷ ଜମିକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।



Edited by k.s thakur...

Post a Comment

Previous Post Next Post