ଗିରଫ ହେଲେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ...
ଭୁବନେଶ୍ଵର,୧୩/୦୩(ନୀ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲାର କଣ୍ଟାପଡ଼ାର ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କୁ ଆଜି କଟକର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି।
Ad..
ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା। କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା।
Ad..
ତଲାସ ବେଳେ ତଦନ୍ତକାରୀମାନେ ଦୁଇଟି ବହୁତଳ କୋଠା, ଭୁବନେଶ୍ୱରରେ ସାତଟି ଉଚ୍ଚ ମୂଲ୍ୟର ପ୍ଲଟ୍ ନଗଦ ପାଇଥିଲେ। ତାଙ୍କ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାସହ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଓ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଭିଜିଲାନ୍ସ ହାତରେ ଲାଗିଛି।
ଏହାସହ ଗୋଟିଏ ଚାରି ଚକିଆ ଯାନ ସହ ତିନୋଟି ଦୁଇ ଚକିଆ ଯାନ ଜବତ ହୋଇଛି।ଭିଜିଳାନ୍ସ ଅଧିକାରୀମାନଙ୍କୁ ତହସିଲଦାର ପ୍ରସନ୍ନ ସାମନ୍ତରାୟ ଏହି ସମ୍ପତ୍ତି ପାଇଁ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନଥିଲେ।
ଏହା ପରେ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ପିଏସ୍ କେସ୍ ନଂ ୧୨/୨୦୨୬ ପଞ୍ଜୀକୃତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
Edited by k.s thakur...
Tags:
arrested
Bhubaneswar
kantamaal tahasildar
latest news
latest update
odisha daily current affairs
odisha news
vigilance raid



