କଣ୍ଟାବାଞ୍ଜି ଓକିଲ ସଂଘ ନିର୍ବାଚନ ; ପ୍ରଫୁଲ୍ଲ କୁମାର ନାୟକ ସଭାପତି ଓ ମନୋଜ ଦାସ ସମ୍ପାଦକ...

କଣ୍ଟାବାଞ୍ଜି ଓକିଲ ସଂଘ ନିର୍ବାଚନ ; ପ୍ରଫୁଲ୍ଲ କୁମାର ନାୟକ ସଭାପତି ଓ ମନୋଜ ଦାସ ସମ୍ପାଦକ...


କଣ୍ଟାବାଞ୍ଜି,୨୯/୦୩ : କଣ୍ଟାବାଞ୍ଜି ଓକିଲ ସଂଘର ନିର୍ବାଚନ ବର୍ଷ ୨୦୨୬-୨୭ ପାଇଁ ଶନିବାର ଦିନ ସିଭିଲ କୋର୍ଟ ପରିସର ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ନିର୍ବାଚନରେ ପ୍ରଫୁଲ୍ଲ କୁମାର ନାୟକ ସଭାପତି ଓ ମନୋଜ କୁମାର ଦାଶ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ୱନ୍ଦ୍ ରେ ଉପସଭାପତି ଭାବେ ପର୍ଶୁରାମ ସଗରିଆ ଓ ସ‌ହ ସମ୍ପାଦକ ଜଗଦୀଶ ଦୀକ୍ଷିତ ନିର୍ବାଚିତ ହୋଇଛନ୍ତି।

    Ad.. 


ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସମିମ୍ ଅହମଦ ଖାନ୍,ଦାମୋଦର ସାହୁ, ସୈଳେନ୍ଦ୍ର ନାରାୟଣ ବେହେରା,ଅଞ୍ଜଳି ରାଏ,ସହଦେବ ନାଗ,ବିଜୟ ପୁଟେଲ୍, ହିତେନ୍ଦ୍ର କୁମାର ଶର୍ମା,ଶ୍ରୁତି ସୌମ୍ୟ ଠାକୁର,ଗୀତିକା ଟାଙ୍କ, ଇଶା ଜୈନ ପ୍ରମୁଖ ନିର୍ଦ୍ୱନ୍ଦ୍ ରେ ନିର୍ବାଚିତ ହୋଇଛନ୍ତି।

ସଂଘର ବରିଷ୍ଠ ସଭ୍ୟ କାନନ କିଶୋର ପଣ୍ଡା,ବିଷ୍ଣୁ ପ୍ରସାଦ ଶର୍ମା ଓ ଜଗନ୍ନାଥ ନାୟକ ନିର୍ବାଚନ ଅଧୂକାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।ପ୍ରାପ୍ତ ସୂଚନା ଅନୁସାରେ,ଏହି ନିର୍ବାଚନରେ ସଂଘର ମୋଟ ୮୦ ଜଣ ସଭ୍ୟ ସଭ୍ୟା ନିଜର ମତଦାନ ସାବ୍ୟସ୍ତ କରିଥିଲେ।



Edited by k.s thakur...

Post a Comment

Previous Post Next Post