୫୪ଟି ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ...
ଯାଜପୁର,୦୨/୦୩(ନି.ପ୍ର): ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ହିମାଂଶୁଙ୍କ ନେତୃତ୍ୱ ପ୍ରତି ପର୍ଯ୍ୟାୟ କ୍ରମେ ଶହ ଶହ ସଂଖ୍ୟାରେ ଅନ୍ୟଦଳର ନେତା ଓ କର୍ମୀଙ୍କ ଆସ୍ଥା ବଢୁଥିବା ଦେଖାଯାଇଛି।
Ad..
ପୁର୍ବରୁ ଅନେକ ବିଜୁ ଜନତା ଦଳର ବରିଷ୍ଠ ଓ ଯୁବ ନେତା ମାନେ ବିଜେପି ରେ ସାମିଲ ହୋଇଥିବା ବେଳେ ରବିବାର କୁମାରିସ୍ଥି ବିଜେପି କାର୍ଯ୍ୟାଳୟ ସଭାଗୃହରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।ଧର୍ମଶାଳା ନିର୍ବାଚନମଣ୍ଡଳୀର ୫୪ଟି ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
Ad..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦକ୍ଷ ଶାସନ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଭଲ ପାଇବାରେ ପ୍ରତି ଆସ୍ଥା ପ୍ରକଟ କରି ଲୋକଙ୍କ ପାଇଁ କାମ କରିବାର ସୁଯୋଗ ପାଇଁ ମିଶୁଥିବା ଲୋକମାନେ କହିଛନ୍ତି।
ବିଜେପି ନେତା ତପନ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ମିଶ୍ରଣ ସଭାରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ପୂର୍ବତନ ସାଂସଦ ରିତା ତରେଇ, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଓ ବରିଷ୍ଠ ବିଜେପି ନେତା ପ୍ରିୟନାଥ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ।
ସେମାନେ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଦଳୀୟ ଉତ୍ତାରି ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ପାଟପୁର ଗ୍ରାମପଞ୍ଚାୟତ ସମିତି ସଭ୍ୟା ଓ ତାଙ୍କ ସ୍ଵାମୀ ଗୌରାଙ୍ଗ ଚରଣ ପାଣିଗ୍ରାହୀ, ଥାନୁଆଳ ଗ୍ରାମପଞ୍ଚାୟତ ସୋସିଆଲ ମିଡିଆ କର୍ମୀ ସଞ୍ଜୟ ପାଳ...
ପାଖର ଗ୍ରାମପଞ୍ଚାୟତ ସୋସିଆଲ ମିଡିଆ କର୍ମୀ ସଞ୍ଜୟ ନାୟକ ଓ ଚୋରମୁହାଁ ପଞ୍ଚାୟତ ଯୁବ ସଭାପତି ଦେବେନ୍ଦ୍ର ମଲ୍ଲିକଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ବିଜେପିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
Edited by k.s thakur...
Tags:
bjd
BJP
jajpur
joined
latest news
latest update
odisha daily current affairs
odisha news
politics



