ବିଜେଡିରୁ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି : ସୌଭିକ୍ ବିଶ୍ବାଳ...
ଭୁବନେଶ୍ଵର,୨୩/୦୩(ନି.ପ୍ର): ବିଜେଡିରୁ ନିଲମ୍ବିତ ହେବା ପରେ ଆଜି ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍ ବିଶ୍ବାଳ।ସାମ୍ୱାଦିକ ସମ୍ମିଳନୀରେ ସୌଭିକ୍ ବିଶ୍ବାଳ କହିଛନ୍ତି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ।
Ad..
ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି।କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାକୁ ସୁଯୋଗ ମିଳିଛି ।ମୋତେ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି।
Ad..
ସେ ଆଉ ମଧ୍ୟ କହିଛନ୍ତି ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା।ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ ବୋଲି।ମାତ୍ର ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ।
ମୁଁ ସିଧା ମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି, ବାପା ନେବେ।ଆଉ ନିର୍ବାଚନରେ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି।ସୂଚନା ଯୋଗ୍ୟ; ରାଜ୍ୟସଭା ନିର୍ବାଚନରେ ସୌଭିକ ବିଶ୍ୱାଳଙ୍କ ସହିତ ଅନ୍ୟ ୧୦ ବିଧାୟକ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରି ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ।
Edited by k.s thakur...
Tags:
Bhubaneswar
BJD suspended
latest news
latest update
odisha daily current affairs
odisha news
politics
press conference
souvik biswal



