ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ...
ଆନନ୍ଦପୁର,୧୬/୦୩(ନି.ପ୍ର): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି।
Ad..
ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଘଷିପୁରା ଥାନା ଵାଲିପାଳ ଓ ନନ୍ଦିପଦା ଥାନା ଅନ୍ତର୍ଗତ ଅଙରା, ପୁରୁଣା ପାଣି ଅଞ୍ଚଳରେ ଚଢ଼ାଉ କରାଯାଇଛି।
Ad..
ତେବେ ଚଢ଼ାଉ ସମୟରେ ୭ କ୍ବିଣ୍ଟାଲ ୨୦ କିଗ୍ରା ମହୁଲ ଫୁଲ ଓ ୧୭୨ଲିଟର ଦେଶୀ ରନ୍ଧା ମଦ ଓ ୨୨୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଏକ ମହିନ୍ଦ୍ରା ପିକପ୍ ଭ୍ୟାନ ଜବତ କରାଯାଇଛି।
ଏହି ଘଟଣାରେ ଜର ଗ୍ରାମର ଅଜୟ ସାହୁ ଓ ଲଜଣ ପୁତି ଓ ହାଟଡିହି ଏରିଆରେ ଅଙରା ଗ୍ରାମର ଟୁନା ମୁଣ୍ଡା ଓ ବସନ୍ତ ମେନା ନାମରେ ୦୨ଗୋଟି ଅବକାରୀ ମାମଲା ଓ ରେଞ୍ଜ ପକ୍ଷରୁ ଗୋଟିଏ ଅବକାରୀ ମାମଲା ରୁଜୁ କରାଯାଇଛି।
ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ, ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରାଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।
Edited by k.s thakur...
Tags:
anandpur
deshi liquor
excise department
latest news
latest update
odisha daily current affairs
odisha news
raid
seized



