ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ...
ଭୁବନେଶ୍ଵର,୦୬/୦୩(ନି.ପ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭା ନିର୍ବାଚନରେ ନାମାଙ୍କନ ଦାଖଲ କରିଛନ୍ତି।
Ad..
ସେଇଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ।ତାଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ...
Ad..
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମର୍ଥନ ରହିଛି ବୋଲି ଦିଲ୍ଲୀପ ରାୟ କହିଛନ୍ତି।ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି। ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ସେ କାଲିଠୁ ପ୍ରଚାର ଆରମ୍ଭ କରିବେ ବୋଲି ରାୟ କହିଛନ୍ତି।
୨୦୦୨ ପରି ଏଥର ମଧ୍ୟ ଜିତାପଟ ହାସଲ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସେପଟେ କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ରାୟ କହିଛନ୍ତି ଯେ, ଆମେ ବି ହାତ ମିଶାଇ ଦେବୁ।
ଆସନ୍ତା ରାଜ୍ୟସଭା ନିର୍ବାଚନରେ ତାଙ୍କୁ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ସମର୍ଥନ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
Edited by k.s thakur...
Tags:
Bhubaneswar
cm mohan Majhi
dilip ray
latest news
latest update
Manmohan samal
nomination
odisha daily current affairs
odisha news
rajyasabha



