୩୩ ଜଣ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କଲେ ଉପ ମୁଖ୍ୟମନ୍ତ୍ରୀ...

୩୩ ଜଣ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କଲେ ଉପ ମୁଖ୍ୟମନ୍ତ୍ରୀ...


ବେଲପଡା,୩୦/୦୩ : ବେଲପଡା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି।  ଏହି ମେଳାରେ ପାଟଣାଗଡ଼ ବିଧାୟକ  ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇ ୩୩ଜଣ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଲେଖାଏ ଘରଡିହ ପଟ୍ଟା ପ୍ରଦାନ କରିଛନ୍ତି। 

Ad..


ଏଥିରେ ବେଲପଡା ଆରଆଇ ସର୍କଲର ୧୨ ଜଣ ହିତାଧିକାରୀ, ଧୁମାଭଟା ଆରଆଇ ଥାଇ ସର୍କଲର ୮ଜଣ ହିତାଧିକାରୀ, ପର୍ଲିମାଲ ଆରଆଇ ସର୍କଲର ୪ଜଣ, ସୁଲେକେଲା ଆରଆଇ ସର୍କଲର ୩ ଜଣ, ଗମ୍ଭୀର ସର୍କଲର ଜଣେ, କପାଣି ସର୍କଲର ୫ଜଣକୁ ପଟ୍ଟା ବଣ୍ଟନ କରାଯାଇଛି।

    Ad..


ଏହି ମେଳାରେ ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ ମେହେର, ବେଲପଡା ତହସିଲଦାର ଅଭିଷେକ କିସାନ, ବେଲପଡା ବିଡ଼ିଓ ରାଜେଶ ମେହେର, ଅତିରିକ୍ତ ତହସିଲଦାର ଅମିତ ଦ୍ବିବେଦୀ, ଅତିରିକ୍ତ ବିଡ଼ିଓ ସାରଥୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ମଣ୍ଡଳ ଗାଁର ଜଗନ୍ନାଥ ମନ୍ଦିର ମଣ୍ଡପ ନିକଟରେ" ମନ୍ କି ବାତ୍ "କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, ଶବ୍ଦ ମିର୍ଦ୍ଧା, ଜୋନ ସଭାପତି ତିରୁପତି ବର୍ଗେ, ସାଂସଦ ପ୍ରତିନିଧି କୁନୁ ମୁଣ୍ଡା, ବିଧାୟକ ପ୍ରତିନିଧି ତନ୍ମୟ ଦାସ, ଶ୍ରୀମତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post