ରାଜଧାନୀରୁ ପୁଣି ସିମ୍ ବକ୍ସ ଜବତ...
ଭୁବନେଶ୍ଵର,୦୨/୦୩: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ।ଚଢ଼ାଉ କରି ୨ ଜଣଙ୍କୁ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ସି।ମ୍ ବକ୍ସ ଦ୍ବାରା ରାଜସ୍ବ କ୍ଷତି ଓ ସହ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା।
Ad..
ଅନ୍ତର୍ଜାତୀୟ କଲ୍କୁ ଲୋକାଲ୍ କଲ୍ରେ ପରିଣତ କରୁଥିଲେ।ମୋଟ ୧୦ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି। ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଧରାପଡ଼ିଥିବା ୨ ବ୍ୟକ୍ତି କେରଳର, ଆସାମରୁ ସିମ୍ ଆଣିଥିଲେ।
Ad..
ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସିମ୍ ବକ୍ସ ଜବତ କରିଛି।ଏମାନେ ବାଂଲାଦେଶର ବକ୍ସ ଏବଂ ଆସାମରୁ ସିମ୍ କିଣି ଭୁବନେଶ୍ୱରରେ କାମ କରୁଥିଲେ। ଏମାନେ ମଧ୍ୟ ପ୍ରାଚ୍ୟ ଦେଶର କଲକୁ ଲୋକାଲ୍ କଲରେ ପରିବର୍ତ୍ତନ କରି ଲୋକଙ୍କୁ ଲୁଟୁ ଥିଲେ।
୨୦୨୪ ମସିହାରେ ଲକ୍ଷ୍ମୀସାଗର ଅଞ୍ଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା।ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସୁଥିଲା । ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ଥିଲା।
Edited by k.s thakur...
Tags:
Bhubaneswar
chandrasekharpur
inquiry
latest news
latest update
odisha daily current affairs
odisha news
police
seized
sim box



