ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଛାତ୍ରୀ ଙ୍କ କୃତିତ୍ୱ...
କଣ୍ଟାବାଞ୍ଜି,୨୦/୦୩ : ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଛାତ୍ରୀ ଙ୍କ କୃତିତ୍ୱ। ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଦ୍ଵାରା ଧୁମାଭଟା ସ୍ଥିତ ବୀଣାପାଣି ସ୍ନାତକ ମହାବିଦ୍ୟାଳୟ ର ଖେଳ ପଡିଆଠାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି ପ୍ରତିଯୋଗିତାରେ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ତିନି ଜଣ ଛାତ୍ରୀ , ମହାବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବନଛୋର୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଦିବ୍ୟା ଭାରତୀ ରାୟ ଡିସ୍କସ ଫିଙ୍ଗା ରେ ପ୍ରଥମ..
Ad..
୮୦୦ ଓ ୪୦୦ ମିଟର ଦୌଡ ରେ ଦ୍ଵିତୀୟ, ୨୦୦ ମିଟର ଦୌଡ ରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, କରୀନା ବେହେରା ଉଚ୍ଚ ଡିଆଁ ରେ ଦ୍ଵିତୀୟ ଓ ନୀଳକାନ୍ତୀ ପାତ୍ର ୧୫୦୦ ମିଟର ଦୌଡ ରେ ତୃତୀୟ ପୁରସ୍କାର ଲାଭ କରି ମହାବିଦ୍ୟାଳୟ ଓ କଣ୍ଟାବାଞ୍ଜି ଅଞ୍ଚଳ କୁ ଗୌରବାନ୍ବିତ କରିଥିବାରୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସମସ୍ତ କୃତୀ ଛାତ୍ରୀ ଓ ତାଙ୍କର ମାର୍ଗଦର୍ଶକ ଖେଳ ଶିକ୍ଷୟତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha news
sports competition
women's college



