ମଦ ମାଫିଆଙ୍କୁ ଝଟକା : ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ...
ଜଳେଶ୍ୱର,୦୫/୦୩(ନି.ପ୍ର): ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ ନଷ୍ଟ କରିଛି।
Ad..
ଅନ୍ୟପଟେ ସେହି ପଞ୍ଚାୟତର ବଣକାଟି ଗାଁର ମଦ କାରବାରୀ ଶମ୍ଭୁ ରଣାକୁ ଅବକାରୀ ବିଭାଗ ଉଠାଇବାକୁ ଯାଇ ହରଡ଼ଘଣାରେ ପଡ଼ିଛି। ପରିବାର ଓ କିଛି ଗାଁର ଲୋକ ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଟକ ରଖି ତାଙ୍କ ପାଖରୁ ଶମ୍ଭୁଙ୍କୁ ଛଡ଼ାଇ ନେବା ଜଣାପଡ଼ିଛି।
Ad..
ରାଇବଣିଆ ପୁଲିସ ସେମାନଙ୍କ ଅଭିଯୋଗ ନ ନେଇ ଫେରାଇ ଦେଇଛନ୍ତି।ଆଗରୁ ଶମ୍ଭୁ ରଣାଙ୍କ ନାଁରେ କେସ୍ ରହିଛି।ତାଙ୍କ ଘରୁ ୫ ଲିଟରରୁ ଅଧିକ ଦେଶୀମଦ ଜବତ କରି ତାଙ୍କୁ ଆଣିବା ସମୟରେ, ପରିବାର ଓ କିଛି ଲୋକ ବିରୁଦ୍ଧ କରି ଅବକାରୀ କର୍ମଚାରୀଙ୍କ ସହ ଠେଲାପେଲା କରିଥିଲେ । ଯାହା ଉପରିସ୍ଥ ବିଭାଗ ଓ ରାଇବଣିଆ ଥାନାକୁ ଅବକାରୀ ବିଭାଗ ଜଳେଶ୍ଵର ତରଫରୁ ସୂଚନା ଦିଆଯାଇଥିଲା।
Edited by k.s thakur...
Tags:
deshi liquor
jaleswar
latest news
latest update
odisha daily current affairs
odisha news
police
seized



