କଣ୍ଟାବାଞ୍ଜି ଅବକାରୀ ବିଭାଗ ଦ୍ଵାରା ୯ କେଜି ଗଞ୍ଜେଇ ଜବତ ; ଦୁଇ ଅଭିଯୁକ୍ତ ଗିରଫ...
କଣ୍ଟାବାଞ୍ଜି,୧୯/୦୩(ନି.ପ୍ର): କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରେ ଏକ NDPS ମାମଲା ଚିହ୍ନଟ ହେବା ପରେ ୯ କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Ad..
ସୂଚନା ଅନୁସାରେ ଗତକାଲି ଅବକାରୀ ବିଭାଗ କୁ ବିଶେଷ ସୂତ୍ରରୁ ଖବର ମିଳି ଥିଲା ଯେ ସଡ଼କ ମାର୍ଗ ଦେଇ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରୁ ବାହାର ରାଜ୍ୟ କୁ ଗଞ୍ଜେଇ ଚାଲାଣ ହେବା କୁ ଯାଉଛି।
Ad..
ସୂଚନା ମିଳିବା ପରେ ଅବକାରୀ ବିଭାଗ ର ଗୋଟିଏ ଟିମ୍ ସ୍ଥାନୀୟ ରେଲୱେ ଷ୍ଟେସନ ରେ ସତର୍କ ଭାବେ ଜଗି ରହିଥିଲେ। ସୂଚନା ଆଧାରରେ ସେହି ଲୋକଙ୍କୁ ନିର୍ଦ୍ଧାରିତ କରିବା ପରେ ୯ କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କଣ୍ଟାବାଞ୍ଜି ଅବକାରୀ ବିଭାଗ।
ଅଭିଯୁକ୍ତ ମାନଙ୍କ ପରିଚୟ କିଶୋର କୁମାର ବିଶ୍ଵକର୍ମା(୫୨) ମଧ୍ୟପ୍ରଦେଶ ଓ ସଞ୍ଜୟ କୁମାର(୫୩) ଉତ୍ତର ପ୍ରଦେଶ ର ବୋଲି ଜଣାପଡିଛି।ପିଆର ନଂ ୨୩୦/୨୫-୨୬ ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ମାନ୍ୟବର କୋର୍ଟକୁ ପଠାଯାଇଛି।
ଏହି ଅପରେସନ ରେ କଣ୍ଟାବାଞ୍ଜି ଅବକାରୀ ଓଆଇସି ରଶ୍ମିତା ଲାକ୍ରା,ଏସଆଇ ପୃଥ୍ୱୀରାଜ କୁଅଁର,ଆଶିଷ ପଟେଲ ଓ ରଞ୍ଜନ ମିଶ୍ର ସାମିଲ ଥିଲେ ବୋଲି ଅବକାରୀ ନିରୀକ୍ଷକ ସଚିନ ବେହେରା ସୂଚନା ଦେଇଛନ୍ତି।
Edited by k.s thakur...
Tags:
2 accused
9kg marijuana seized
arrested
excise department
kantabanji
latest news
latest update
odisha daily current affairs
odisha news



