ଦୁଇ ଗଞ୍ଜେଇ ମାଫିଆ ଗିରଫ, ୬୦ କେ.ଜି ଗଞ୍ଜେଇ ଜବତ...
ଫିରିଙ୍ଗିଆ,୧୭/୦୨(ନି.ପ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥମୁନି ଗଞ୍ଜେଇ ଚୋରା ଚାଲାଣ।ରାଜ୍ୟ ବାହାରର ବ୍ୟବସାୟୀ ଜିଲ୍ଲା ମାଫିଆଙ୍କୁ ସଲାସୁତରା କରି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ସ୍ଥାନୀୟ ପୁଲିସ ଏହା ଉପରେ କଡ଼ା ନଜର ରଖିଥିଲେ ବି ଗଳା ବାଟ ଦେଇ ଫେରାର୍ ମାରୁଛନ୍ତି ଗଞ୍ଜେଇ ମାଫିଆ।
Ad..
ତେବେ ଆଜି ଚେକିଂ ବେଳେ ଫିରିଙ୍ଗିଆ ପୁଲିସ ଦୁଇ ଗଞ୍ଜେଅ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖଜୁରୀପଡ଼ା ଥାନା ବଡ଼ଭୂଇଁ ଗାଁର ସୁଦାମ ଏଲିଆସ୍ ଜିତେନ୍ଦ୍ର ସାହାଣୀ।
ଅନ୍ୟ ଜଣେ ଫିରିଙ୍ଗିଆ ବ୍ଲାକ୍ ଗୋଛାପଡ଼ା ଥାନା କାଣିବାଲି ଗାଁର ଭାସ୍କର କର୍ଣ୍ଣ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ଦୁଇ ଗଞ୍ଜେଇ ମାଫିଆ ରବିବାର ଦିନ ଫିରିଙ୍ଗିଆ ଥାନା ଅଧୀନସ୍ଥ ଗଞ୍ଜୁଖୋଲ ଗାଁରୁ ଏକ ଅଟୋ ଯୋଗେ ଫୁଲବାଣୀ ଅଂଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ।
ଫିରିଙ୍ଗିଆ ପୁଲିସ କୌଣସି ସୂତ୍ରରୁ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନେତୃତ୍ୱରେ ଏସଆଇ ଅଜୟ କୁମାର ସାହୁ ଏବଂ ଏସଆଇ ପ୍ରମୋଦ କୁମର ବେହେରାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା।ଏହି ସମୟରେ ପୁଲିସ ଦେଖି ଦୁଇ ମାଫିଆ ଚମ୍ପଟ୍ ମାରିବାକୁ ଚେଷ୍ଟା କରିଥିଲେ।
ହେଲେ ପୁଲିସ ଫିଲ୍ମ ଷ୍ଟାଇଲରେ ଦୁଇଜଣଙ୍କୁ ଗିରଫ କରିଥିଲା।ଏଥିସହ ଗୋଟିଏ ଅଟୋ ସହ ୬୦ କେ.ଜି ଗଞ୍ଜେଇ ଜବତ୍ କରିଛି। ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୪୩/୨୦୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।
Edited by k.s thakur...
Tags:
arrested
ganja seized
latest news
latest update
Odisha
odisha daily current affairs
odisha news
phiringia
police


