ସଇଁତଳା ବ୍ଳକ ବିଜେଡି ସଭାପତି ଭାବେ ସୁବାସ ବୁଡ଼େକ ମନୋନୀତ...
ସଇଁତଲା,୧୯/୦୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେହେର ଙ୍କ ଅନୁମୋଦନ କ୍ରମେ ବଲାଙ୍ଗୀର ଜିଲ୍ଲାର ୧୪ ଟିବ୍ଳକ, ୨ଟି ମୁନସିପାଲିଟି ଓ ୩ଟି ଏନ ଏ ସି ସଭାପତି ମାନଙ୍କ ନାମ ଘୋଷଣା ହୋଇଛି।
Ad..
ସଇଁତଲା ବ୍ଲକ ବିଜେଡି ସଭାପତି ରୁପେ ସୁବାସ ବୁଡ଼େକ ଙ୍କୁ ମନୋନୀତ କରାଯାଇଛି।ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଉତ୍ସାହ ଖେଳିଯାଇଛି ଏବଂ ଅଞ୍ଚଳର ବହୁ ବିଜେଡି କର୍ମୀ ମାନେ ଶ୍ରୀ ବୁଡ଼େକ ଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଉଥିବା ଦେଖାଯାଉଛି।
ଏହା ପୂର୍ଵରୁ ସେ ଅଞ୍ଚଳର ସମିତି ସଭ୍ୟ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଏକ ଶୃଙ୍ଖଲିତ ବିଜେଡି କର୍ମୀ ଭାବେ ଜଣାଶୁଣା ସେ ସଇଁତଲା ବ୍ଲକ ରେ ଅନେକ ସମାଜ ମୂଳକ କାମ ଓ ସମାଜ ସେବାରେ ଲିପ୍ତ ଥିବାବେଳେ ବିଜେଡି ବ୍ଲକ ସଭାପତି ନିୟୋଜିତ ହେବାପରେ ଆଗାମୀ ଦିନରେ ବିଜେଡିକୁ ସୃଦୁଢ ଓ ସଂଗଠିତ କରିବାନେଇ ପ୍ରକାଶ କରନ୍ତି।
Edited by k.s thakur...
Tags:
block bjd president
latest news
latest update
odisha daily current affairs
odisha news
saintala


