ଧାନ କିଣା ତଥ୍ୟ ଜାରି କଲେ ରାଜ୍ୟ ସରକାର...
ଭୁବନେଶ୍ଵର,୧୯/୦୨(ନି.ପ୍ର): ରାଜ୍ୟରେ ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର।ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ୍ ଧାନ ଆସିଛି। ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଧାନ କିଣା ହୋଇଛି।
Ad..
୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡ଼ି ରହିଛି। ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି।
ଏମଏସପି ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି।ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନ୍ପୁଟ୍ ସବ୍ସିଡି ମିଳୁଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩ୁ୧ ଟଙ୍କା । ସ୍ପଷ୍ଟ କରୁଛି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବ୍ସିଡି ଦେଉଛନ୍ତି।
ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର।ଚାଷୀଙ୍କ ସ୍ୱାର୍ଥରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀଙ୍କୁ ଯଥାଶୀଘ୍ର ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ସରକାର କଟିବଦ୍ଧ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
Edited by k.s thakur...
Tags:
Bhubaneswar
government of odisha
latest news
latest update
odisha daily current affairs
odisha news
paddy purchase details


