କଂଗ୍ରେସରେ ଯୋଗଦେଲେ କଟକର ବିଶିଷ୍ଟ ବିଜେଡି ନେତା ବିଶ୍ୱଜିତ ମହାନ୍ତି...
ଭୁବନେଶ୍ଵର,୦୮/୦୨(ନି.ପ୍ର): କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି।
Ad..
ମହାନ୍ତିଙ୍କୁ କଂଗ୍ରେସରେ ସ୍ୱାଗତ କରି ସଭାପତି ଦାସ କହିଲେ, ବିଶ୍ୱଜିତ ବାବୁଙ୍କ ପିତା ବାରିଷ୍ଟର ରଣଜିତ ମହାନ୍ତି ମୋର ଜଣେ ମାର୍ଗଦର୍ଶକ ଥିଲେ ଏବଂ ମତେ ପୁତ୍ରବତ ସ୍ନେହ କରୁଥିଲେ । ବିଶ୍ୱଜିତ ବାବୁଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ଅଧିକ କ୍ରିୟାଶୀଳ ଏବଂ ଶକ୍ତ କରିବ।
Ad..
କଟକ ଏକ ବୈଚାରିକ ସହର, କଂଗ୍ରେସ ପ୍ରତି ଅନେକ ବିଚାରଵନ୍ତ ମହାନୁଭବଙ୍କ ଦାନ ଅତୁଳନୀୟ। ତେଣୁ ଐତିହାସିକ ଏବଂ ମର୍ଯ୍ୟାଦା ଦୃଷ୍ଟିରୁ କଟକ କଂଗ୍ରେସ ପାଇଁ ମହତ୍ତ୍ୱପୂର୍ଣ୍ଣ । ପିସିସି ସଭାପତି କହିଥିଲେ କଂଗ୍ରେସ ବର୍ତ୍ତମାନ ଆଗେଇ ଚାଲିଛି, ଅଧିକରୁ ଅଧିକ ଲୋକ ଦଳରେ ସାମିଲ ହେଉଛନ୍ତି।
ମହାନ୍ତି ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ଓ ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ, କଂଗ୍ରେସକୁ ସଶକ୍ତ କରି କ୍ଷମାତାସୀନ କରିବା ଓ ବିଜେପିକୁ ତଡିବା ଆମ ଲକ୍ଷ୍ୟ।
ଏହି ମିଶ୍ରଣ ପର୍ବକୁ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରୁଥିବାବେଳେ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ, କଟକ ସିଟି ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ଶାନ୍ତାୟନ ମିଶ୍ର ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମରେ ମହାନ୍ତିଙ୍କ ସହ ଲେଖିକା ଦିଶା ବରାଳ, ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ପୂର୍ବତନ କର୍ପୋରେଟର ପ୍ରବୀଣ ରାଉଳ ଗାନ୍ଧୀବାଦୀ ବୟୋଜ୍ୟେଷ୍ଟ ବିଶ୍ୱ ଦାସ, ଯୁବ ବିଜେଡି ସମ୍ପାଦକ ଏସ କେ ଅସଲାମ ତଥା ଶତାଧିକ କର୍ମୀ ଅନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଥିଲେ।
Edited by k.s thakur...
Tags:
Bhubaneswar
BJD leader
congress
joined
latest news
latest update
odisha daily current affairs
odisha news



