ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ...

ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ...


ଭୁବନେଶ୍ଵର,୧୭/୦୨: ରାତି ପାହିଲେ +୨ ପରୀକ୍ଷା। ସାରା ରାଜ୍ୟରେ ଏଥିପାଇଁ ୧୩୬୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୧୧ଟି ହବ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 

Ad..



ଏଥିରେ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଓ ଏକ୍ସ-ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ଅଛନ୍ତି।ପରୀକ୍ଷାରେ କପି ରୋକିବା ସହ ନକଲମୁକ୍ତ ପରୀକ୍ଷା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାର୍ଡ ଟିମ୍‌ ଗଠନ କରାଯାଇଛି, ଯେଉଁମାନେ ହଠାତ୍ ପରୀକ୍ଷା କେନ୍ଦ୍ର ପହଞ୍ଚି ଯାଞ୍ଚ କରିବେ। 

ଏଥର ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯାଇଛି। ସମସ୍ତ ହବ୍‌ରେ 24×7 ଲାଇଭ୍‌ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ।



Edited by k.s thakur...

Post a Comment

Previous Post Next Post