ସଠିକ୍‌ ଭାବେ ଚାଲିଛି ଧାନ କିଣା ପ୍ରକ୍ରିୟା; ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ କରୁଛନ୍ତି ଚେଷ୍ଟା: ସମବାୟ ମନ୍ତ୍ରୀ...

ସଠିକ୍‌ ଭାବେ ଚାଲିଛି ଧାନ କିଣା ପ୍ରକ୍ରିୟା; ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ କରୁଛନ୍ତି ଚେଷ୍ଟା: ସମବାୟ ମନ୍ତ୍ରୀ...


ଭୁବନେଶ୍ଵର,୦୯/୦୨(ନି.ପ୍ର): ରାଜ୍ୟରେ ଧାନ କିଣାକୁ ନେଇ ଚାଷୀକୂଳ ବେଶ ଅସନ୍ତୁଷ୍ଟ ଥିବା ବେଳେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।ମନ୍ତ୍ରୀ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି। 

Ad..


ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ ଚେଷ୍ଟା କରୁଛନ୍ତି।ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି।କେବଳ ବଡ ଚାଷୀ ହିଁ ବିରୋଧ କରୁଛନ୍ତି। ଗତ ବର୍ଷ ୫୦୦ କୁଇଣ୍ଟାଲ ବିକିଥିଲେ। ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ହେଉଛି।

Ad..


ତେଣୁ ୧୫ ଦିନ ଟୋକେନ ଅବଧି ବୃଦ୍ଧି କରାଯାଉଛି।ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି।କିନ୍ତୁ ସରକାରଙ୍କୁ ବଦାନ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି। 

ସେଥିରେ ସେମାନେ ସଫଳ ହେବେନି।ସବୁ ଚାଷୀଙ୍କ ଧାନ ଉଠିବ।ଚାଷୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।ସୂଚନା ଯୋଗ୍ୟ; ରାଜ୍ୟରେ ଧାନ କିଣାକୁ ନେଇ ମଣ୍ଡିରେ ଘୋର ଅବ୍ୟବସ୍ଥାର ପରିଣାମ ଚାଷୀଙ୍କୁ ଭୋଗିବାକୁ ପଡୁଛି । ଏହାକୁ ନେଇ ରାଜରାସ୍ତାରେ ବି ନିଜର ଅସନ୍ତୋଷ ଜାହିର କରିଛନ୍ତି ଚାଷୀ।



Edited by k.s thakur...

Post a Comment

Previous Post Next Post