ଦୁଇ ବାଇକ ମୁହାଁମୁହିଁ ଜଣେ ମୃତ, ତିନି ଜଣ ଗୁରୁତର...
ମୁରିବାହାଲ,୦୪/୦୨(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟସ୍ତ ପତ୍ରପାଲି (ଗ ) ଗ୍ରାମ ନିକଟରେ ସନ୍ଧ୍ୟା ସମୟରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
Ad..
ମୃତ ଯୁବକ ଜଣଙ୍କ ଇଚ୍ଛାପଡା ଗ୍ରାମର ନୀତେଶ ଚିନ୍ଦା ହୋଇଥିବା ବେଳେ ସେ ବଡ଼ସାଇମରା ହାଇସ୍କୁଲରେ ପିଅନ ରୂପେ କାମ କରୁଥିଲେ। ଇଚ୍ଛାପଡା ଏବଂ ନୂଆମୁଣ୍ଡା ଗ୍ରାମର ଦୁଇ ବାଇକ (ସିଜି 04ସିଟି1740 ଓ ଓଡି 03ସି 5308) ମଧ୍ୟରେ ଧକ୍କା ହୋଇଥିଲା।
Ad..
ତେବେ ଦୁଇ ବାଇକରେ ଦୁଇ ଦୁଇ ଜଣ ଆରୋହୀ ବଶି ଥିବା ବେଳେ ଛିଟିକି ପଡିଥିଲେ। ଅତ୍ୟନ୍ତ ଗୁରୁତର ନୀତେଶ ଙ୍କ ଅତ୍ୟଧିକ ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ଜଣଙ୍କ ମୁର୍ତ୍ତୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥା ରେ କଣ୍ଟାବାଞ୍ଜି ମେଡିକାଲ ନିଆଯାଇଥିଲା।
Ad..
ମୁରିବାହାଲ ଥାନା ପୋଲିସ ପହଂଚି ମୃତ ଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା।
Report : Shankar majhi
Edited by k.s thakur...
Tags:
1 dead
3 injured
bike accident
latest news
latest update
muribahal
odisha daily current affairs
odisha news




