ଫେବୃଆରୀ ୧୮ସୁଦ୍ଧା ଦାବି ପୂରଣ ନ ହେଲେ ୨୦ରୁ ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ...
ଭୁବନେଶ୍ୱର,୧୪/୦୨(ନି.ପ୍ର): ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ।ଫେବୃଆରୀ ୨୦ରୁ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ।୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ ଦେଲା ୩ ପ୍ରମୁଖ ଠିକାଦାର ସଂଘ।
Ad..
ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ।ପ୍ରେସମିଟ୍ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘର ଚେତାବନୀ।ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ ।
ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରିଛି ମହାସଂଘ।ଆସନ୍ତା ଫେବୃଆରୀ ୨୦ରୁ ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ।ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ।ଏକାଠି ହେବେ ରାଜ୍ୟର ୭୦ ହଜାର ଠିକାଦାର ଓ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ।
ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛି ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘ। ମିଳିତ ମଞ୍ଚର ଆବାହକ ଅନିଲ କୁମାର ମହାଲିକଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୮ ଦଫା ଦାବି ପ୍ରଦାନ କରାଯାଇଛି।
୧୮ ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ୨୦ ତାରିଖ ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତାରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଛି ମହାସଂଘ।
ପୂର୍ତ୍ତ ବିଭାଗ ସରକୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ 0.00% ପ୍ରତିଶତରୁ କମ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ, WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ।ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ।
Edited by k.s thakur...


