କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ରରେ ମାସିକ କ୍ଲଷ୍ଟର ବୈଠକ...
କଣ୍ଟାବାଞ୍ଜି,୨୮/୦୨: ଚଳିତ ମାସ ମାସିକ କ୍ଲଷ୍ଟର୍ ବୈଠକ ଅଶୋକ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ରେ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ବୈଠକରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Ad..
କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇ ଆଜିକାର ବୈଠକ ଆରମ୍ଭ କରିଥିଲେ। ଆଜିକାର ବୈଠକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବହୁ ଶ୍ରେଣୀ ଶିକ୍ଷାଦାନ , ଫେବୃଆରୀ ମାସ ର ପାଠ୍ୟ ଖସଡ଼ା, ଆଗାମୀ ମାର୍ଚ୍ଚ ମାସ ରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ଯାହା କି ପ୍ରଥମ ଥର ପିଲାଙ୍କୁ ଫେଲ ପାସ ର ବ୍ୟବସ୍ଥା କରାଯାଇଛି।
Ad..
ଯେଉଁ ପିଲା ମାନେ ଫେଲ୍ ହେଇ ଯିବେ ପୁଣି ତାଙ୍କୁ ପ୍ରତିପୁଷ୍ଠି ବ୍ୟବସ୍ଥା କରି ମାର୍ଚ୍ଚ ମାସରେ ପରୀକ୍ଷା ବ୍ୟବସ୍ଥା କରାଯିବ ଏବଂ ସେହି ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ର ବ୍ୟବସ୍ଥା କରାଯାଇଛି ସେ ବିଷୟ ରେ ଅବଗତ କରିଥିଲେ।ପୁଣି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ସ୍କୁଲ୍ ମୁହାଁ କରିବା ଅଭିଯାନ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଗୁରୁତ୍ୱାରୋପ କରିଥିଲେ।
ତତ୍ ସହିତ ୨୦୨୬ ଶିକ୍ଷାବର୍ଷର ପ୍ରଥମରୁ ଚତୁର୍ଥ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ 'ସମ୍ମେଟିଭ୍ ଆସେସମେଣ୍ଟ-II' (SA-II) ଏବଂ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ 'ବାର୍ଷିକ ପରୀକ୍ଷା' ପରିଚାଳନା ନିମନ୍ତେ ମାର୍ଗଦର୍ଶିକା (SOP) ଆଲୋଚନା କରାଯାଇଥିଲା।
ପରି ଶେଷ ରେ ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲାବଣ୍ୟ ବତୀ ଧରୁଆ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ୍ ଦେଇଥିଲେ। ଆଜିକାର ସଭା ରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର,ସ୍ଵର୍ଣ୍ଣ ପ୍ରଭା ଦାସ ନିରୁପମା ମିଶ୍ର, ସବିତା ରଣା...
ଅଞ୍ଜଳି ମାଝୀ, କୁସୁମ୍ ମଞ୍ଜରୀ ନାଗ, ସୁଭାଷିନୀ ମେହେର, ସବିତା ରଣା,ଯଶୋଦା ବିଡିକା,ଭାରତୀ ସାହୁ, ସୁଜାତା ସାହୁ,ସୁନନ୍ଦା ପୁରୋହିତ, ମୁକ୍ତା ବେଜ, ଭାରତୀ ଦାସ, ଶିବାନୀ ନାଗ ,ଶିକ୍ଷକ ଜାନକୀ ରାମ ସlମବେଦମ୍, ଲଳିତ ବିଶି, ମନୋଜ ମଲ୍ଲିକ, ନମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji
latest news
latest update
monthly cluster meeting
odisha daily current affairs
odisha news



