ଭେଡେନ ବ୍ଲକରେ ଜିଲ୍ଲାପାଲ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ...

ଭେଡେନ ବ୍ଲକରେ ଜିଲ୍ଲାପାଲ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ...


ଭେଡେନ,୨୪/୦୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅଫିସ ସମ୍ମିଳନୀ କକ୍ଷରେ ବରଗଡ ଜିଲାପାଳ ଓ ଏସପି ଙ୍କ ଯୁଗ୍ମ ଜଣଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି। 

    Ad..


ଅନୁଷ୍ଠିତ ଶିବିର ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଉପସ୍ଥିତ ରହି ବ୍ଳକ ର ବିଭିନ୍ନ ଗ୍ରାମ ରୁ ଟି୧୩ ସାମୁହିକ ଓ ୨୩୧ଟି ବ୍ୟକ୍ତିଗତ ମୋଟ ୨୪୪ଟି ଅଭାବ ଅସୁବିଧାର ଅଭିଯୋଗ ଗୁଡିକ ରଜନଶୁଣାଣୀ କରି ସମସ୍ୟାର ଅତିଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଅନୁଷ୍ଠିତ ଶିବିର ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କ  ସହିତ ସିଡ଼ିଓ ଲଲାଟ କୁମାର ଲୁହା ,ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ବରଗଡ ଏସପି ପ୍ରହ୍ଲାଦ ଏସ ମିନା, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଳିଙ୍ଗ, ସିଡିଏମଓ ଡା କୁବେର ଚନ୍ଦ୍ର ମହନ୍ତ ଙ୍କ ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଜଙ୍ଗଲ, ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ,ଅବକାରୀ ବିଭାଗ,ପଶୁ ଉନ୍ନୟନ,ଆଦି ବିଭିନ୍ନ ବିଭାଗ ର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଏହାସହ ବରଗଡ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ତାହୀର ହୁସେନ, ଭେଡେନ ବିଡିଓ କର୍ଣ ସୁନା,ଭେଡେନ ତହସିଲଦାର ରଶ୍ମିତା ସ୍ୱାଇଁ ,ବିଏସଏସଓ ଚକ୍ରପାଣି ଦାଶ ଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ଅନୁଷ୍ଠିତ ଜନଶୁଣାଣୀରେ ସାମୁହିକ ସମସ୍ୟା ସମେତ, ଜଳ ଯୋଗଣ,ଉଠା ଜଳ ସେଚନ,ରାସନ କାର୍ଡ,ରାସ୍ତା ନିର୍ମାଣ, ଭତ୍ତା ସମ୍ବନ୍ଧରେ ଶୁଣାଣି ହୋଇଥିଲା ତାର ସମାଧାନ ଶିଘ୍ର କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post