୨୪ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ପ୍ରସଙ୍ଗ; ଏକାଧିକ ଜିଲ୍ଲାରୁ ସଂଶୋଧନ ପାଇଁ ଉଠିଛି ଦାବି: ସୁରେଶ ପୂଜାରୀ...
ଭୁବନେଶ୍ଵର,୦୭/୦୨(ନି.ପ୍ର):ରାଜ୍ୟର ୨୪ ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି ଉଠିଛି। ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ଅଛୁ।
Ad..
ଅନ୍ୟ ଯେଉଁ ସ୍ଥାନର ଇଂରାଜୀ ନାମ ତ୍ରୁଟି ବିଚ୍ୟୁତି ରହିଛି ଆବେଦନ କଲେ ବିଚାରକୁ ନିଆଯିବ । ଭୁଲ ଉଚ୍ଚାରଣ କଲେ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥାଏ । ତେଣୁ ଯେଉଁମାନେ ସଂଶୋଧନ ପାଇଁ ପ୍ରସ୍ତାବ ଦେବେ ତାହାକୁ ଗ୍ରହଣ କରାଯିବ । ଇଂରାଜୀ ଭାଷାରେ ବହୁତ ସମୟ ରେ ଓଡ଼ିଆ ଭାଷା ସ୍ପେଲିଙ୍ଗ ଭୁଲ ହୁଏ ।
Ad..
ଯେଉଁ ସ୍ପେଲିଙ୍ଗ ଓଡ଼ିଆ ଶବ୍ଦା ବଳିର ଗାଁ, ଅଞ୍ଚଳ ନାମ ହୋଇଥିଲା ଗୁଡ଼ାଏ ତ୍ରୁଟି ବିଚ୍ୟୁତି ବାହାରିବ।ମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ଯ୍ୟାୟ ଅନୁସାରେ ଯେତିକି ଆବେଦନ ଆସିଥିଲା ତାହା ଅନୁସାରେ ବିଜ୍ଞାପନ ଜରିଆରେ ସେ ଅଞ୍ଚଳର ଲୋକମାନଙ୍କର ମତାମତ ମଗାଯାଇଛି ।
ଅନ୍ୟ ଯେଉଁ ଯେଉଁ ସ୍ଥାନର ନାମ ଭୁଲ ଅଛି ଆବେଦନ କଲେ ତାହା ମଧ୍ୟ ବିଚାରକୁ ନିଆଯିବ । ଓଡ଼ିଆର ନାମ ଏପଟ ସେପଟ ହେବନି ବରଂ ତାର ଇଂରାଜୀ ନାମର ସଂଶୋଧନ କରାଯିବ । ଅନେକ ସ୍ଥାନର ନାମ ବିଭିନ୍ନ ଆଧାରରେ କରାଯାଇଥାଏ।ସେହିପରି ଥରେ ରାଜସ୍ୱ ବିଭାଗକୁ ଦସ୍ତାବିଜ ପ୍ରସ୍ତୁତ ହୋଇଗଲା ପରେ ସେହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସାଇଟ ଯାଇଥାଏ ।
ଏହା ସହ ବିଭିନ୍ନ ରେଳ ଷ୍ଟେସନର ଇଂରାଜୀ ନାମ ଭୁଲ ରହିଛି । ତାହାକୁ ସବୁ ପରିବର୍ତ୍ତନ କରିବାକୁ ଆବଶ୍ୟକ ପଡ଼ିବ ତାହାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ।ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ଲେଖାଯିବ ।
ରାଜ୍ୟ ୭ ଜିଲ୍ଲାର ଇଂରାଜୀ ନାମ ଏବଂ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମକୁ ସଂଶୋଧନ କରିବାକୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ଦିନ ଭିତରେ ଅଭିଯୋଗ କିମ୍ବା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞପ୍ତିରେ କୁହାଯାଇଛି।
Edited by k.s thakur...



