କଣ୍ଟାବାଞ୍ଜିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ...

କଣ୍ଟାବାଞ୍ଜିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୪/୦୨ : ଭାରତର କୋଣ ଅନୁକୋଣରେ ପାଳିତ ହେଉଛି ହିନ୍ଦୁ ସମ୍ମିଳନୀ।ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜାତି ବର୍ଣ୍ଣ ଦଳ ନିର୍ବିଶେଷ ରେ ହିନ୍ଦୁ ଏକତା। ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ଠାରେ ଆୟୋଜିତ ହୋଇଯାଇଛି ହିନ୍ଦୁ ସମ୍ମିଳନୀ। 

       Ad..


ସକାଳ ଘ. ୮.୦୦ଟା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶତାଧିକ ମହିଳା ପୁରୁଷ କଳସ ଧରି ବାହାରିଥିଲେ ବାବାଜୀ କୁଟିଆ ଶ୍ରୀ ରାମ ମନ୍ଦିର କୁ।ତାପରେ ଆରମ୍ଭ ହୋଇଯାଇଥିଲା ପଞ୍ଚକୁଣ୍ଡିୟ ମହାଯଜ୍ଞ।ହିନ୍ଦୁ ସମ୍ମିଳନୀ ସମିତି ର ସଭାପତି ପ୍ରଦୀପ ଖଣ୍ଡେଲୱାଲ ଏବଂ ସମ୍ପାଦକ ଚିନ୍ମୟ ଯୋଶୀ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱବଧାନରେ ତଥା ସିଦ୍ଧାର୍ଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ପୂଜାର୍ଚ୍ଚନା ୨୧ ଯୋଡି କର୍ତ୍ତା ଙ୍କ ସହ ବହୁତ ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା। 

ଏହା ପରେ ବୌଦ୍ଧିକ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଯେଉଁ ଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ନିକଟସ୍ଥ ପର୍ବାଙ୍ଗୀ ଆଶ୍ରମ ର ସାଧୁ ଶ୍ରୀ ପ୍ରଭାକର ଦାସ ଜି ଏବଂ ମୁଖ୍ୟ ବକ୍ତା ଭାବରେ ଜଣାଶୁଣା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଆଗଧାଡିର କାର୍ଯ୍ୟକର୍ତ୍ତା ଶ୍ରୀ ଘନଶ୍ୟାମ ପ୍ରଧାନ ମଂଚାସୀନ ଥିଲେ।

ଏହି ମହାନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କାର୍ଯ୍ୟକର୍ତ୍ତା ସହ ଗାୟତ୍ରୀ ପରିବାର, ପ୍ରଭାତ ଫେରି ଦଳ, କମିଟି ର ଅନେକ କାର୍ଯ୍ୟକର୍ତ୍ତା ଯଥା ଅଶୋକ ଛାପଡ଼ିଆ, ରାଜୁ ଶର୍ମା, ବେଦବ୍ୟାସ ନାଗ, ଦେବରାଜ ଯାଦବ, ପ୍ରଦୀପ ବାଗ, ନିଶିକାନ୍ତ ମହାପାତ୍ର, ନବଲ ମିଶ୍ର, ଶଙ୍କର ପୁଟେଲ, ସୁଧୀର ବେହେରା, ପବନ ଅଗ୍ରୱାଲ. ମୁରାରୀଲାଲ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ବିଜୟ ମିଶ୍ର, ସଞ୍ଜୟ ପଣ୍ଡା ସମେତ ଅନେକ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post