ଗ୍ୟାସ୍ ପାଇପ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୪ ଶ୍ରମିକ ଆହତ...

ଗ୍ୟାସ୍ ପାଇପ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୪ ଶ୍ରମିକ ଆହତ...


ଖଲ୍ଲିକୋଟ,୨୮/୦୨(ନି.ପ୍ର): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ କନ୍ଦିଗାଁରେ ରୋଷେଇ କଲା ବେଳେ ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସମର ସିଂ, ଲଳିତ ଚୌଧୁରୀ, ସନ୍ଦୀପ ଦେଲ ଓ ଦେବା କିସବି। 

Ad..


ସମସ୍ତେ ଶ୍ରମିକ ହୋଇଥିଲା ବେଳେ ଘର ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।ଏକ ନିର୍ଦ୍ଦିଷ୍ଟ କମ୍ପାନି ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଗୁରାପଲ୍ଲୀ ଟୋଲ୍ ପ୍ଲାଜା ନିକଟରେ ରାସ୍ତାକଡ଼ ଏମାନେ ରଙ୍ଗ କାମ କରୁଥିଲେ। 

     Ad..


କନ୍ଦିଗାଁରେ ସେମାନେ ରହୁଥିବା ବେଳେ ଆଜି ରାତିରେ ରୋଷେଇ କରୁଥିଲେ। ଏହି ସମୟରେ ଏହି ଆକସ୍ମିକ ଦୁର୍ଘଟଣା ଘଟିଥିଲା। ଘଟଣାପରେ ସୂଚନା ପାଇଁ କମ୍ପାନି ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। 

ତେବେ ସମର, ଲଳିତ ଓ ସନ୍ଦୀପଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦେବା ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଖଲ୍ଲିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।



Edited by k.s thakur...

Post a Comment

Previous Post Next Post