ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ...

ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ...


ମୁରିବାହାଲ,୨୪/୦୨(ଶଙ୍କର ମାଝୀ ):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।

Ad..


ଏଥିରେ ଶିକ୍ଷା ବିଭାଗ ରୁ ୭ଟି, ରେଭିନିଉ ବିଭାଗ ରୁ ୯ଟି, ପି ଆର ଏଵଂ ଡି ଡବ୍ଲୁ ବିଭାଗ ରୁ ୯ଟି, ଯୋଗାଣ ବିଭାଗ ରୁ୩ଟି, ଡି ବ୍ଲୁ ଏସ ଏମ ରୁ ୧ଟି,ସ୍ବାସ୍ଥ୍ୟ ବିଭାଗ ରୁ ୨ଟି, ଆର ଏଵଂ ବି ବିଭାଗ ରୁ ୧, ବିଦୁତ୍ ବିଭାଗ ରୁ ୩, ଜଳ ସମ୍ପଦ ବିଭାଗ ରୁ ୨, ପଶୁ ଚିକିତ୍ସା ବିଭାଗ ରୁ ୧,ଓ ଏଲ ଆଇ ସି ରୁ ୧ଟି, ସର୍ବମୋଟ ୪୧ ଟି ଅଭିଯୋଗ ହୋଇଥିବା ପ୍ରକାଶ କରିଛନ୍ତି।

ଏହି ଶିବିର ରେ ବଲାଙ୍ଗୀର ଜିଲ୍ଲାପାଳ ଗୌରଭ ଶିବାଜୀ ଇସଲୱାର, ଆରକ୍ଷୀ ଅଧ୍ୟକ୍ଷ ଅଭିଳାଶ ଜି, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ପିଡି ତରଣୀ ସୁନା ପ୍ରମୁଖ ଅଭିଯୋଗ ଗ୍ରହଣ କରିଥିବା ବେଳେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠି...

ଅର୍ଥବିଭାଗ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଇଓ ପ୍ରଶନ୍ନ ନାଗ,ସିଡିପିଓ ପୁର୍ଣିମା ବୈଠରୁ, ବିପିଏମ ଗୋପାଳ କୃଷ୍ଣ ଦୀପ, ବିଏସଏସଓ ରିଙ୍କୁ ମେହେର, କମ୍ବୁ ବାଗ ମୁରିବାହାଲ ଥାନାଧିକାରୀ ବୁଲୁ ମୁଣ୍ଡା, ଏସ ଆଇ ପଙ୍କଜିନି ବାଗ ସହିତ ଜିଲ୍ଲା ର ବିଭିନ୍ନ ବିଭାଗ ପଦାଧିକାରୀ ଏବଂ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post