କଣ୍ଟାବାଞୀ- ଗୁଡିଘାଟ ରାସ୍ତାରେ ବାଇକ୍ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର...

କଣ୍ଟାବାଞୀ- ଗୁଡିଘାଟ ରାସ୍ତାରେ ବାଇକ୍ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର...


ମୁରିବାହାଲ,୦୨/୦୨(ଶଙ୍କର ମାଝୀ) :ବଲାଙ୍ଗୀର ଜିଲ୍ଲା  କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତା ସରଧାପୁର ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Ad..


ସୁଚନା ମୁତାବକ ମୁରିବାହାଲ ଥାନା ବାରବନ୍ଧ ଗ୍ରାମର ଦୁଇଜଣ ଯୁବକ ପ୍ରତିଦିନ ଭଳି କଣ୍ଟାବାଞ୍ଜିରୁ କାମ କରି ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ରବିବାର ସନ୍ଧ୍ୟା ସମୟରେ ସରଧାପୁର   ପୋଖରି  ନିକଟରେ  ବୁଲା ଗାଈପଲ ରାସ୍ତା ଉପରକୁ ହଠାତ୍ ଚାଲିଆସିଥିଲେ। 

        Ad..


ଯାହା ଫଳରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକରେ ଥିବା ବାରବନ୍ଧ ଗ୍ରାମର ରେଙ୍ଗଟୁ ଭୋଇଙ୍କ ପୁଅ ଚଳ ଭୋଇ(୨୨) ଓ ଶରତ ନାଏକଙ୍କ ପୁଅ ଚମ୍ପେଶ୍ଵର ନାଏକ (୨୧) ଗୁରୁତର ଆହତ ହୋଇଥିଲେ।

Ad..


ଉଭୟ ଆହତଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭିମଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଚଳ ଭୋଇଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା ବେଳେ ଚମ୍ପେଶ୍ୱର ନାଏକ ଏବେବି ଚିକିତ୍ସିତ ହେଉଛନ୍ତି।

ବଲାଙ୍ଗିରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଚଳଙ୍କ ଶବ ଆଣି ଗାଁରେ ଅନ୍ତିମ ସଂସ୍କାର କରିଥିଲେ।ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।



Report : shankar majhi

Edited by k.s thakur...

Post a Comment

Previous Post Next Post