ଗଣ ଶିକ୍ଷା ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ବରଗଡ଼ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ...

ଗଣ ଶିକ୍ଷା ବିଭାଗ ଅତିରିକ୍ତ  ନିର୍ଦ୍ଦେଶକଙ୍କ ବରଗଡ଼ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ...


ବରଗଡ଼,୧୬/୦୨(ବିଜୟ କୁମାର ସାହୁ): ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରାଜଶ୍ରୀ ପଟ୍ଟନାୟକ ବରଗଡ଼ ଗସ୍ତ ରେ ଆସି ଜିଲ୍ଲା ର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।ଏହି ଅବସର ରେ ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପହଞ୍ଚି  ଶ୍ରେଣୀ ଗୃହ ପାଠ୍ୟ ଦାନ,ପୁସ୍ତକାଳୟ ,ବିଜ୍ଞାନ ଗାର ଆଦି ବୁଲି ଦେଖିଥିଲେ।

    Ad..


ଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ, ଏ ଡି ଇ ଓ ଅମୃତା ସାହୁ,ବରଗଡ଼ ବିଇଓ ଡ ସୁରେନ୍ଦ୍ର କୁମାର ସାହୁ ବରପାଲି ବିଇଓ ମୁକୁନ୍ଦ ମାହାରା ପ୍ରମୁଖ  ଉପସ୍ଥିତ ରହିଥିଲେ।

ନିର୍ଦ୍ଦେଶକ ପି ଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପରିଚାଳିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା ଙ୍କୁ ପଚାରି ବୁଝିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ସହ ପି ଏମ ଶ୍ରୀ  କାର୍ଯ୍ୟକ୍ରମ,ଆତ୍ମ ରକ୍ଷା ତାଲିମ ଓ ଅନ୍ୟାନ୍ୟ ଯୋଜନା ସମ୍ବନ୍ଧ ରେ ପଚାରି ବୁଝି  ଭାବ ବିନିମୟ କରିଥିଲେ।

ତେବେ ଆଗକୁ ପରୀକ୍ଷା ଆସୁଥିବାରୁ ଏକାଗ୍ରତା ର ସହ ପାଠ ପଢ଼ି ଭଲ ପରୀକ୍ଷା ଫଳ ପାଇଁ ଯତ୍ନଶୀଳ ହେବାକୁ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post