ମହାଶିବରାତ୍ରି ଓ ରାଣୀପୁର ଝରିଆଲ ମହୋତ୍ସବ ପାଇଁ ଚଳ ଚଞ୍ଚଳ ୬୪ ଯୋଗିନୀ ପୀଠ...
କଣ୍ଟାବାଞ୍ଜି,୧୬/୦୨: ଦେଶର ଅନନ୍ୟ ଐତିହାସିକ ଯୋଗିନୀ ପୀଠ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ଥିତ ରାଣୀପୁର ଝରିଆଲରେ ମହାଶିବରାତ୍ରି ପାଇଁ ହଜାର ହଜାର ଆଖ ପାଖ ଅଞ୍ଚଳ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଭକ୍ତଙ୍କ ସମାଗମ ଦେଖିବା କୁ ମିଳିଛି ।
Ad..
ସକାଳ ପ୍ରାୟ ୫ଘଣ୍ଟା ସମୟରୁ ଲମ୍ବା ଧାଡିରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବା ସହ ଶିବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ମହାଶିବରାତ୍ରି ମେଳା ଓ ୬୪ ଯୋଗିନୀ ମହୋତ୍ସବ ପାଇଁ ସଜେଇ ହେଲାଣି ସମଗ୍ର ପିଠ। ଫେବୃଆରୀ ୧୪ ତାରିଖ ଠାରୁ ୨୦ ପର୍ଯ୍ୟନ୍ତ ମହାଶିବରାତ୍ରି ମେଳା ଓ ୬୪ ଯୋଗିନୀ ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୁଚନା ଦେଇଛନ୍ତି।
ପ୍ରତିଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ମଞ୍ଚ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମେଶ୍ୱର ମହାଦେବ ଙ୍କ ପୀଠ ରେ ରବିବାର ଅଧିବାସ କାର୍ଯ୍ୟକ୍ରମ ସହ ମହାଶିବରାତ୍ରି ପାଇଁ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ଗତକାଲି ସକାଳ ୪ଘଣ୍ଟା ୩୦ମି ରେ ରୁଦ୍ରା ଭିଷେକ ଆରମ୍ଭ ହୋଇଥିବା ବେଳେ ୭ ଘଣ୍ଟା ସମୟରେ ମଙ୍ଗଳ ଆରତୀ, ପୁଷ୍ପାଞ୍ଜଳି ସହ ଶ୍ରଦ୍ଧାଳୁ ଦର୍ଶନ ଆରମ୍ଭ ହୋଇଥିଲା।ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ଅଧ୍ୟକ୍ଷତାରେ ଏହି ମହୋତ୍ସବରେ ନୂତନ ବିଡ଼ିଓ ନିତୁଶ୍ରୀ ମେହେର , ମନ୍ଦିର ଟ୍ରଷ୍ଟ ସଭାପତି ମାଣିକ ଚନ୍ଦ ଜୈନ, ଆବାହକ ଅନୀଲ ତ୍ରିପାଠୀ ପ୍ରମୁଖ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଛନ୍ତି।
Edited by k.s thakur...
Tags:
64 jogini pith
kantabanji
latest news
latest update
maha Shivaratri
odisha daily current affairs
odisha news
ranipur jharial


