ଦ୍ବାଦଶ ତମ ସିନ୍ଧେକେଲା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ...

ଦ୍ବାଦଶ ତମ ସିନ୍ଧେକେଲା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ...


ବଙ୍ଗୋମୁଣ୍ଡା,୦୫/୦୨(ନିପ୍ର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମରେ ଦ୍ୱାଦଶତମ ବିରାଟ ଧନୁଯାତ୍ରା ମହୋତ୍ସବ ଭବ୍ୟ ଓ ଆଡମ୍ବର ପୂର୍ଣ୍ଣ ଭାବେ ଉଦଘାଟିତ ହୋଇଯାଇଛି।

      Ad..


ପାରମ୍ପରିକ ରୀତିନୀତି ଅନୁସାରେ ଅଞ୍ଚଳର ଇଷ୍ଟଦେବୀ ମାଁ ଦ୍ୱାରାସେହ୍ନି ଙ୍କୁ(କାଳଶୀ)ବିକ୍ରମ ଥନାପତି ଦ୍ୱାରା ପୂଜାର୍ଚ୍ଚନା ସହ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ଉଦ୍ଘାଟନୀ ସନ୍ଧ୍ୟା ସମାରୋହରେ ରାଜା ଅରୁଣ ସିଂଦେଓ , ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ...

        Ad..


ଧନୁଯାତ୍ରା କମିଟିର ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ , ସାଧାରଣ ସମ୍ପାଦକ ଅନିଲ ନାଏକ,ଉପ ସଭାପତି ଉମା ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉକ୍ତ ଧନୁଯାତ୍ରା ର ଶୁଭ ଉଦଘାଟନ କରିଥିଲେ। 

Ad..


ଅନ୍ୟତମ ଅତିଥି ଭାବରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମୋହମ୍ମଦ ଅୟୁବ ଖାଁ,ରାଜ୍ୟସଭା ସାଂସଦ ରୋଗୀ କଲ୍ୟାଣ ସମିତି ପ୍ରତିନିଧି ସୁବାଷ ଜୈନ,ଯୁବ ବିଜେଡି ନେତା ପବିତ୍ର ରଣା ପ୍ରମୁଖ  ଯୋଗଦେଇ ମତବ୍ୟକ୍ତ କରିଥିଲେ।ସାଂସ୍କୃତିକ ସମ୍ପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିଥିଲେ। 

ଧନୁଯାତ୍ରା ଉପଲକ୍ଷେ ସିନ୍ଧେକେଲା ମିନି ସହର ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ସ୍ଥାନୀୟ ପଲ୍ଲୀ ଶ୍ରୀ ହାଇସ୍କୁଲ ଖେଳ ପଡିଆ ସାତଦିନ ପାଇଁ ସତରେ ସେ ଦ୍ବାପର ଯୁଗର ମଥୁରା ନଗରୀ ପାଲଟି ଯାଇଛି।ଅନ୍ୟ ପଟେ ସିନ୍ଧେକେଲା ଗାୟତ୍ରୀପଡା ଗୋପୀ ଗୋପାଙ୍ଗନା, ଗୋପାଳ ପିଲାଙ୍କ ଗୋପପୁର ପାଲଟି ଯାଇଛି।

ତେବେ ପ୍ରଥମ ରଜନୀ ସନ୍ଧ୍ୟାରେ ମଞ୍ଚସ୍ତ ପୌରାଣିକ କଥାବସ୍ତୁ,ଦେବକୀ ବାସୁଦେବ ଙ୍କ ବିବାହ, କଂସ କାରାଗାରରେ ବନ୍ଦୀ,ରାଜା ଉଗ୍ରେସେନ ଗାଦି ଚ୍ୟୁତ, କଂସର ରାଜ୍ୟାଭିଷେକ, ଦେବ ଆକାଶ ବାଣୀ ଶୁଣିଦେବକୀ ବାସୁଦେବଙ୍କ ବନ୍ଦୀ ଆଦି ଦୃଶ୍ୟକୁ ମଞ୍ଚସ୍ତ ହୋଇଥିଲା।

ତେବେ ମହୋତ୍ସବ ଆୟୋଜନ କମିଟି ସଦସ୍ୟମାନେ କହିଛନ୍ତି ଯେ, ଏହି ଧନୁଯାତ୍ରା ଓଡ଼ିଆ ଲୋକ ସଂସ୍କୃତି, ପରମ୍ପରା ଓ କଳାକୁ ଅକ୍ଷୁର୍ଣ୍ଣ ରଖିବାରେ ଏକ ବଳିଷ୍ଠ ପ୍ରୟାସ।ଉକ୍ତ ଉତ୍ସବ ଦେଖିବା ପାଇଁ ଦୂରଦୂରାନ୍ତରୁ ଦର୍ଶକ ମାନଙ୍କ ସନ୍ଧ୍ୟା ସାତଟାରୁ ଲମ୍ବା ଧାଡି ସୁଅଛୁଟୁ ଥିବାରୁ ସିନ୍ଧେକେଲାରେ ପ୍ରବଳ ଜନ ସମାଗମ ଦେଖିକୁ ମିଳିଛି।

ଦ୍ୱାଦଶତମ ବିରାଟ ଧନୁଯାତ୍ରା ମହୋତ୍ସବ ସିନ୍ଧେକେଲା କଲା ସାହିତ୍ୟ ସାଂସ୍କୃତିକ ସୁଦୃଢ଼ କରିବା ସହ ଓଡ଼ିଶାର ଲୋକ ସଂସ୍କୃତିକୁ ରାଜ୍ୟ ସ୍ତରରେ ପ୍ରଚାର କରିବ ବୋଲି ସାଧାରଣରେ ଚର୍ଚ୍ଚା ପ୍ରକାଶ ପାଇଛି।



Edited by k.s thakur...

Post a Comment

Previous Post Next Post