ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଷଷ୍ଠ ଦିବସ - ଫାଇନାଲ୍ ରେ ମନିଗାଁ...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଷଷ୍ଠ ଦିବସ - ଫାଇନାଲ୍ ରେ ମନିଗାଁ...


ବଙ୍ଗୋମୁଣ୍ଡା,୦୮/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସ ରେ ପହଞ୍ଚିଛି।

       Ad..


ଆୟୋଜକ କମିଟି ର ସଭାପତି ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୈନିକ ତଥା ବରିଷ୍ଠ ବିଜେଡି ନେତା ଗିରିରାଜ ସିଂ ମାଝୀ, ସମ୍ମାନୀୟ ଅତିଥି ଭାବେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ର ସଭାପତି ଡ଼ଃ ନାରାୟଣ ମିଶ୍ର...

Ad..


ବରିଷ୍ଠ ଆଇନଜୀବୀ ନଲ ମେହେର, ପୂର୍ବତନ ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରେମିଶ ବାଗ, ପୂର୍ବତନ କଣ୍ଟାବାଞ୍ଜି ନଗର ବିଜେଡି ସଭାପତି ବିଷ୍ଣୁ ଜୁଏଡ଼, ଯୁବନେତା ଧର୍ମେନ୍ଦ୍ର ଦାସ,କପିଲାଭଟା ପଞ୍ଚାୟତ ଜିଓଟେଗ ଶୁଭାକର ନାଗ,କମିଟି ର ଉପ ସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ। 

ଷଷ୍ଠ ଦିବସ ମ୍ୟାଚରେ ତେତେଲପଡା ଓ ମନିଗାଁ ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ତେତେଲପଡା କୁ ୨-୦ ଗୋଲ ରେ ପରାସ୍ତ କରି ମନିଗାଁ ଦଳ ଫାଇନାଲ୍ ରେ ପ୍ରବେଶ କରିଛି। ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ।

ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ,ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି,ଜୟନ୍ତୀଲାଲ ହଂସ,କୁଞ୍ଜ ବିହାରୀ ବେହେରା...

ସଦସ୍ୟ ଜିତେନ୍ଦ୍ର ହଂସ,, ଅଭିଷେକ ହଂସ, ନିତ୍ୟା ହଂସ,ବିକାଶ ହଂସ,ତରଣୀ ପୁଞ୍ଜି, ସନ୍ତୋଷ ହଂସ ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ । ଶୁକ୍ରବାର ଫାଇନାଲ୍ ମ୍ୟାଚ ମନିଗାଁ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।




Edited by k.s thakur...

Post a Comment

Previous Post Next Post