ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ମହିଳା ରକ୍ତଦାତା ଶିବିର...
ବରଗଡ,୨୮/୦୧(ବିଜୟ କୁମାର ସାହୁ):ବରଗଡ ଜିଲ୍ଲାରେ ରକ୍ତ ସଂକଟ ସମସ୍ୟାକୁ ଦୃଷ୍ଟିରେ ରଖି ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଏକ ଅଭିନବ ପ୍ରୟାସ ରୂପେ ମହିଳା ରକ୍ତଦାତା ଶିବିର ଆୟୋଜନ କରାଯିବ। ଏ ସମ୍ପର୍କରେ ନେହେରୁ ଏସୋସିଏସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି।
Ad..
ଏହି ରକ୍ତଦାନ ଶିବିରରେ କେବଳ ମହିଳା ରକ୍ତଦାତାମାନେ ସାମିଲ ହେବେ। ମହିଳା ସଶକ୍ତିକରଣ ସହିତ ମହିଳାମାନଙ୍କୁ ରକ୍ତଦାନ କ୍ଷେତ୍ରରେ ଆଗୁଆ ଭୂମିକା ନିର୍ବାହ କରିବା ପାଇଁ ପ୍ରେରିତ କରିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହିଳା ସମିତିର ସଭାପତି ଶ୍ରୀମତୀ ସୁଷମା ଭୋଇ କହିଛନ୍ତି।
Ad..
ଆଜି ମଧ୍ୟ ଅନେକ ମହିଳା ରକ୍ତଦାନ ପାଇଁ ସାହସ କରିପାରୁନଥିବାରୁ ଏହି ଶିବିର ମହିଳାମାନଙ୍କ ମଧ୍ୟରେ ସଚେତନତା ଓ ସାହସ ବୃଦ୍ଧି କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।ମହିଳା ସମିତିର ସାଧାରଣ ସଂପାଦିକା ଶ୍ରୀମତୀ ଅନୁପମା ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଫେବୃଆରୀ ୨୮ ତାରିଖ ଦିନ ଏହି ମହିଳା ରକ୍ତଦାନ ଶିବିର ଆୟୋଜିତ ହେବ।
Ad..
ଏ ସମ୍ପର୍କରେ ଅଞ୍ଚଳର ସମସ୍ତ ମହିଳାଙ୍କୁ ସୂଚନା ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର-ପ୍ରସାର କରାଯିବ। ସେହିପରି ବରଗଡ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରୁଥିବା ସମସ୍ତ ଅଗ୍ରଣୀ ସଂଗଠନକୁ ଏଥିରେ ସାମିଲ କରାଯିବ ବୋଲି ସେ କହିଛନ୍ତି।
ଆଜିର ବୈଠକରେ ନେହେରୁ ଏସୋସିଏସନର ସଭାପତି କେନେଡ଼ି ରାଜ, କାର୍ଯ୍ୟକାରୀ ସଭାପତି ସଂଜୀବ ରାଓ, ମହିଳା ସମିତିର ବରିଷ୍ଠ ସଦସ୍ୟା କଲ୍ୟାଣି ଦାଶ, ପରାମର୍ଶଦାତା ପ୍ରେମାନନ୍ଦ ଭୋଇ, ଡା. ଅଜିତ କୁମାର ଦର୍ଜୀ, ଆନନ୍ଦ ପ୍ରଧାନ, ସତ୍ୟଜିତ ଦାଶ ସହ ମହିଳା ସମିତିର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
blood donation camp
latest news
latest update
mahila samiti
odisha daily current affairs
odisha news




