ଧନୁଯାତ୍ରା କଳାକାର ନନ୍ଦ ରାଜା ସ୍ବର୍ଗତ ସତ୍ୟ ନାରାୟଣ ପୋଢ଼ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ...

ଧନୁଯାତ୍ରା କଳାକାର ନନ୍ଦ ରାଜା ସ୍ବର୍ଗତ ସତ୍ୟ ନାରାୟଣ ପୋଢ଼ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ...


ବରଗଡ,୩୧/୦୧(ବିଜୟ କୁମାର ସାହୁ): ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା ର ନନ୍ଦ ରାଜା ଭୂମିକା ରେ ଅଭିନୟ କରୁ ଥିବା କଳାକାର ସତ୍ୟ ନାରାୟଣ ପୋଢ଼ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି।

Ad..


ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏହି ସଭା କୁ ବରଗଡ ନାଗରିକ ମଞ୍ଚ ଆୟୋଜନ କରିଥିଲା ଯେଉଁ ଥିରେ ସ୍ଥାନୀୟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ବର୍ଗତ ପୋଢ଼ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

        Ad..


ସ୍ବର୍ଗତ ପୋଢ଼ ଜଣେ ଅବସର ପ୍ରାପ୍ତ ଶିକ୍ଷକ ସହ ଜଣେ ମେଳାପୀ ମଣିଷ ଭାବେ ବେଶ ପରିଚିତ ଥିଲେ। ଦୀର୍ଘ ୨୦ ବର୍ଷ ଧରି ସେ ଧନୁ ଯାତ୍ରା ରେ ନନ୍ଦ ରାଜା ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କ ମନ ମୁଗ୍ଧ କରି ଥିଲେ। 

Ad..


ଏହି ସଭାରେ ନାଗରିକ ମଞ୍ଚ ର ସଭାପତି ଭୀଷ୍ମ ଦେବ ସରାଫ ଙ୍କ ସମେତ ବାପୁଜୀ ବିଦ୍ୟାଳୟ ର ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ଗୋପ ପୁର କମିଟି ର ଦୟାନିଧି ପ୍ରଧାନ, ବଟୁ ମହାପାତ୍ର, ରବୀନ୍ଦ୍ର ପୂଝାରୀ, ବଳରାଜ ବିର୍ତ୍ତିଆ, ଶେଷଦେବ ବିର୍ତ୍ତିଆ,ଗଙ୍ଗା ପୂଝାରୀ...

ପଞ୍ଚା ବିର୍ତ୍ତିଆ, ଗୋବିନ୍ଦ ଶର୍ମା, ଭବାନୀ ସାହୁ, ଶିବା ନନ୍ଦ ମଟାରୀ, ଶ୍ରବଣ ଶର୍ମା, ସୁଧୀର ବରିହା, ନିତ୍ୟାନନ୍ଦ ବାଗ,ସୁଦାମ ସାହୁ, ମୁକୁନ୍ଦ ତାଣ୍ଡି, ରତନ ତାଣ୍ଡି,ମକରଧ୍ୱଜ ମେହେର ଓ ଅନ୍ୟମାନେ ଉପସ୍ଥିତ ଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post