ଡାକ୍ତରଖାନାରେ ମୃତ୍ୟୁର ୪ ଦିନ ପଡ଼ି ରହିଲା ଶବ, ଶବ ଦୁର୍ଗନ୍ଧ ପରେ ପରିବାର ଲୋକଙ୍କୁ ଖବର ଦେଇ ଶବ କଲେ ହସ୍ତାନ୍ତର...

ଡାକ୍ତରଖାନାରେ ମୃତ୍ୟୁର ୪ ଦିନ ପଡ଼ି ରହିଲା ଶବ, ଶବ ଦୁର୍ଗନ୍ଧ ପରେ ପରିବାର ଲୋକଙ୍କୁ ଖବର ଦେଇ ଶବ କଲେ ହସ୍ତାନ୍ତର...


ମୁରିବାହାଲ,୨୨/୦୧ (ଶଙ୍କର ମାଝୀ) : ବଳାଙ୍ଗିର ଜିଲା ଟିଟିଲାଗଡ଼ ସରକାରୀ ଡାକ୍ତର ଖାନାରେ ଜଣେ ଯୁବକର ମୃତ୍ୟୁ ପରେ ୪ ଦିନ ଶବ ପଡି ରହିଥିଲା। ଶବ ପଡ଼ି ଦୁର୍ଗନ୍ଧ ହେବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।ମୃତ ବ୍ୟକ୍ତି ଜଣକ  ମୁରିବାହାଲ ବ୍ଲକ ପାତଳପଡା ଗ୍ରାମ ର ଜନକ ଭୋଇ।

Ad..


ଗତ ୧୫ ତାରିଖ ରେ ତାଙ୍କ ଦେହ  ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଆସିଥିଲେ  ।ଡାକ୍ତର ତାଙ୍କୁ ଚିକିତ୍ସା କରି ଔଷଧ ଦେଇ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ଜନକଙ୍କ ସହ ତାଙ୍କ ପରିବାର ଲୋକ ନଥିବା ବେଳେ ସେ ଡାକ୍ତରଖାନାର ବାରଣ୍ଡାରେ ପଡି ରହିଥିଲେ। 

        Ad..


ଜନକଙ୍କ ମୃତ୍ୟୁ ହୋଇ ୪  ଦିନ ବିତି ଯାଇଥିବାରୁ ଶବ ଦୁର୍ଗନ୍ଧ ହେବାରୁ ଡାକ୍ତରଖାନାକୁ ଆସୁଥିବା ଲୋକ ଅଭିଯୋଗ କରିଥିଲେ। ପରେ ଡାକ୍ତରଖାନା କର୍ତୁପକ୍ଷ ଜନକଙ୍କ ପରିବାର ଲୋକଙ୍କୁ ଖବର କରି ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଥିଲେ। ଜନକ ଦୀର୍ଘ ବର୍ଷ ହେବ ଘର ଛାଡି ବାହାରେ ରହୁଥିଲା। 

Ad..


ପରିବାର ଲୋକଙ୍କୁ ଜନକର ଖୋଜ ଖବର ମଧ୍ୟ ନଥିଲା। ମୃତ୍ୟୁ ର ୪ ଦିନ ଶବ ପଚିସଢ଼ି ଗଲା ପରେ ଆମକୁ ଖବର ଦିଆଗଲା। ଜୀବିତ ଅବସ୍ଥାରେ ଖବର ଦେଇଥିଲେ ହୁଏତ ଆମ ପୁଅ ଆମ ଘରେ ମରିଥାନ୍ତା। ଶବ ଦୁର୍ଗନ୍ଧ ହେଉଥିଲା। ଜନକ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବା ଯୋଗୁ ସେ ଡ଼ାକ୍ତରଖାନା ଯାଇଥିଲା।

ସେଠାରେ ଠିକ ଚିକିତ୍ସା ମିଳିନଥିବା ଭଳି ଲାଗୁଛି ବୋଲି ମୃତ ଜନକଙ୍କ ବାପା କହିଛନ୍ତି। ଏଠି ସାଧାରଣରେ ପ୍ରଶ୍ନ ହେଉଛି ଯେ ଦୀର୍ଘ ୪ ଦିନକାଳ ମାଲ ମାଲ ସିକ୍ୟୁରିଟି ଗାର୍ଡ ଏବଂ ସଫେଇ କର୍ମଚାରୀ ମାନେ ଓ ସିସିକ୍ୟାମେରା ଥାଇ ମଧ୍ୟ କେହି ଶବକୁ  ଦେଖିପାରିଲେ ନାହିଁ। 

ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନକ ଭୋଇଙ୍କ ମୃତ ଖବର ପାଇ ପରିବାର ଲୋକେ ପହଁଞ୍ଚିଥିଲେ।ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିଜନକୁ ଦେଇଥିବା ଜଣାଯାଇଛି।ଏ ସମ୍ପର୍କରେ ଟିଟିଲାଗଡ଼ ଏସଡିଏମଓ ସହ ଯୋଗାଯୋଗ କରିବାରୁ ସମ୍ଭବ ହୋଇନଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post