ଚିତ୍ରଶିକ୍ଷା ଅନୁଷ୍ଠାନ କଳାନିକେତନର ରୌପ୍ୟ ଜୟନ୍ତୀ ସମାରୋହ...
ବରଗଡ଼,୧୮/୦୧(ବିଜୟ କୁମାର ସାହୁ) :ପଶ୍ଚିମ ଓଡିଶାର ସର୍ବପୁରାତନ ତଥା ଅଗ୍ରଣୀ ଚିତ୍ରଶିକ୍ଷା ଅନୁଷ୍ଠାନ "କଳାନିକେତନ"ର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠାନର ସଭାପତି ସର୍ଦ୍ଦାର ପ୍ରୀତମ ସିଂ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।
Ad..
ଉକ୍ତ ଉତ୍ସବରେ ଶ୍ରୀ ପ୍ରଭାକର ପାତ୍ର ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଉପ-ସଭାପତି ଶ୍ରୀ ନବକୃଷ୍ଣ ମିଶ୍ର।ସ୍ୱାଗତ ସଂଗୀତ ଶିଶୁ ମନ୍ଦିର ଓଡ଼ିଆ ବିଭାଗର ଛାତ୍ରୀ ବି.ଏଲ୍.ସୁଦେଶ୍ନା ତ୍ରିପାଠୀ ଓ ଜାଗୃତି ଦାଶ ଗାନ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଶ୍ରୀ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ।
Ad..
ମୁଖ୍ୟ ଅତିଥି ଭାବେ ବରଗଡ ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ମୁଖ୍ୟ ବକ୍ତା ଭାବେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ କଳାକାର ଶ୍ରୀ ସୁଶୀଲ କୁମାର ମେହେର ଯୋଗଦାନ କରିଥିଲେ।
Ad..
ମୁଖ୍ୟ ଅତିଥି ଶ୍ରୀ ଷଡଙ୍ଗୀ କଳା ଶିଶୁର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ହେବା ସହ ସୃଜନଶୀଳ ମଣିଷ ଗଠନରେ ସହାୟକ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଶ୍ରୀ ସୁଦାମ ପ୍ରଧାନ,ପୁରୀ ଙ୍କୁ "କଳା ଗୌରବ "ସମ୍ମାନରେ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତାର ୧୦୦ ଜଣ ବିଜେତାଙ୍କ ସହ ୧୫ଜଣ ଶିଶୁ ଶିଳ୍ପୀଙ୍କୁ ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାବ୍ୟତୀତ ଗ୍ରୁପ ଅନୁଯାୟୀ ଶ୍ରେଷ୍ଠ କୃତି ପ୍ରତିଯୋଗୀଙ୍କୁ ଷ୍ଟେଟ ଚମ୍ପିୟାନ ସମ୍ମାନ ପ୍ରଦାନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଞ୍ଜଳ ଶ୍ରୀଜିତା,ଭାବାଂଶୀ ପ୍ରଧାନ,ସାନଭି ସାହୁ,ଚନ୍ଦନ ମେହେର ଓ ଅପର୍ଣ୍ଣା ସା ନୃତ୍ୟ ପରିବେଷଣ କରିଥିଲେ।
ଉତ୍ସବକୁ ସଫଳ କରିବାରେ କୋଷାଧ୍ୟକ୍ଷ କମଳ ଯୋଶୀ,ସୁଦନ ସେଠ, ଅବିନାଶ ଗୁପ୍ତା,ସ୍କୁଲର ଉପାଧ୍ୟ୍ୟକ୍ଷ ରାମକୃଷ୍ଣ ଠାକୁର,ନୀଳାମ୍ବର ମେହେର,ସୁଲୋଚନା ମହାପାତ୍ର, ଅରବିନ୍ଦ ଗୁପ୍ତା,ସୁନନ୍ଦା ହାତୀ,ଦୀକ୍ଷା ପ୍ରଧାନ,ଶୁଭମ ମେହେର,ସୁନୀଲ ଅଗ୍ରୱାଲ,ବିଷ୍ଣୁ ଜୈଶ୍ୱାଲ,ସ୍ଵସ୍ତିକ ପ୍ରଧାନ ଓ ଚନ୍ଦ୍ରଭାନୁ ଦୀପ ସହଯୋଗ କରିଥିଲେ। ପରିଶେଷରେ ସ୍କୁଲର ଅଧ୍ୟକ୍ଷ ଅଭିମନ୍ୟୁ ଭୋସାଗର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




