ଶବ୍ଦ ନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ...
ବରଗଡ଼/ସାଲେଭଟା,୦୨/୦୧(ବିଜୟ କୁମାର ସାହୁ): ଗତକାଲି ବଲାଙ୍ଗିର ଜିଲ୍ଲା ସାଲେଭଟା ଅନ୍ତର୍ଗତ ଐତିହାସିକ ଗାଁ କୁଟାସିଂହା ଠାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ ହୋଇଯାଇଅଛି।
Ad..
ଏଥିରେ ଆନନ୍ଦ ଚନ୍ଦ୍ର ପଶାୟତ ସ୍ବାଗତ ଭାଷଣ ଦେଇଥିବା ବେଳେ,ସୁରେଶ ଚନ୍ଦ୍ର ଦାସ ଦ୍ବୀପ ପ୍ରଜ୍ବଳନ ଏବଂ ମନ୍ତ୍ର ପାଠ କରିଥିଲେ।ଆବାହକ ସରୋଜ କୁମାର ଦାସଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ ଏବଂ ସଭାପତି ତଥା ମୂଖ୍ୟ ଅତିଥି ସରପଞ୍ଚ ଡିଗ୍ରୀ ମେହେର ସଭାପତିତ୍ବ କରିଥିଲେ।
ମୂଖ୍ୟ ବକ୍ତା ସମିତି ସଭ୍ୟ ପ୍ରକାଶ ବେହେରା, ସମ୍ମାନୀତ ଅତିଥି ନିମାଇଁ ଚରଣ ଦାସ, ତପସ୍ଵିନୀ ଦାସ ପ୍ରମୁଖ ଯୋଗଦାନ କରି ଐତିହାସିକ ଗାଁ କୁଟାସିଂହା ମାଟିର ମହାପୁରୁଷ ଗୁରୁ ଭଜମନ ଦାସଙ୍କ ପାଇଁ ପଶ୍ଚିମ ଓଡିଶାର ସାଂସ୍କୃତିକ ସମ୍ପତ୍ତି ଶାସ୍ତ୍ରୀୟ ଶବ୍ଦନୃତ୍ୟର ପ୍ରଚାର ହେଇଛି ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏଥିପାଇଁ କୁଟାସିଂହା ଗାଁ ସ୍ଵତନ୍ତ୍ର ପରିଚୟ ଲାଭ କରିଛି, ଗୁରୁ ଭଜମନ ଦାସଙ୍କ ସ୍ମୃତିରେ ଅନେକ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ନୂତନ ବର୍ଷ ଉପଲକ୍ଷେ ତୁଳସୀ ରାମାୟଣ ସାତକାଣ୍ଡ ପରିବେଷଣ ହୋଇଥିଲା, ପବିତ୍ର ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତ ଆୟୋଜନରେ ଦୁଃଖିଶ୍ୟାମ ଦାସ,ନନ୍ଦ ଲାଲ ଦାସ, ବୃନ୍ଦାବନ ପୁରୋହିତ, ଅନିରୁଦ୍ଧ ପାତ୍ର, ବରୁଣ ବଗର୍ତ୍ତୀ, ସୁବାଷ ସାହୁ, ରାଧେଶ୍ୟାମ ମେହେର, ମୂରଲୀଧର ସେଠୀ, ପ୍ରଦୀପ ପାତ୍ର, ଧର୍ମେନ୍ଦ୍ର ସେଠୀ, ଅରକ୍ଷିତ ବେହେରା, କ୍ଷୀର ପାତ୍ର,ବେଦବର ପାତ୍ର, ହଳଧର ପାତ୍ର,ଗଗନ ବେହେରା, ନିରଞ୍ଜନ ଦେହେରୀ ପ୍ରମୁଖ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...


